www.samajalive.in
Monday, December 8, 2025
14.1 C
Bhubaneswar

ସ୍ବେଛାକୃତ ରକ୍ତଦାନ ଶିବିର, ୩୨ୟୁନିଟ ରକ୍ତ ସଂଗୃହୀତ  

ଲାଞ୍ଜିଗଡ଼: ସ୍ୱାସ୍ଥ୍ୟ ହିଁ ଅମାପ ସମ୍ପଦ। ସ୍ୱାସ୍ଥ୍ୟ ସଚେତନ ହେବା ସହିତ ଏହାର ଯତ୍ନ ନେବା ଆଜିର ମୁଖ୍ୟ ଆବଶ୍ୟକତା। ଏଣୁ ଆଜିର ଦିନରେ ମୋର ସ୍ୱାସ୍ଥ୍ୟ ମୋର ଦାୟିତ୍ୱ ତଥା ମୋର ଅଧିକାର ଉପରେ ଗୁରୁତ୍ବ ଦିଆଯିବା ଉଚିତ ବୋଲି କଳାହାଣ୍ଡି ଜିଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ଦ୍ୱାରା ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସମାରୋହରେ ଅତିଥିମାନେ ମତ ବ୍ୟକ୍ତ କରିଛନ୍ତି।
ବେଦାନ୍ତ ହସ୍ପିଟାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ମୁଖ୍ୟ ଶିଶିର ତରଫଦାର, ବେଦାନ୍ତ ଲିମିଟେଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ସିଏସଆର ଉପମୁଖ୍ୟ ଦିଲିପ ପ୍ରଜାପତି, ସିଏସଆର ବିଭାଗର ବଣ୍ଟିରାଣୀ ପାଟଗିରି, ଜିଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ସାମ୍ବାଦିକ କୈଳାସ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଡା. ପ୍ରଶାନ୍ତ ପରମାଣିକ, ଅଶୋକ ଖୋରାଙ୍କ ସମେତ ପ୍ରୀତିଶାହା ବିଶ୍ୱାସ, ପ୍ରୀତମ ପ୍ରଧାନ, ମାନସ ପାତ୍ର, ଫକୀର ସାହୁ, ମହେନ୍ଦ୍ର ନିଆଲ, ସୋନାଲିକା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଅବସରରେ ବେଦାନ୍ତ ସିଏସଆର ବିଭାଗ, ବେଦାନ୍ତ ହସ୍ପିଟାଲ  ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ କ୍ଷମାନିଧି ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ପରିଚାଳନାରେ ସାମ୍ବାଦିକ ପରେଶ କୁମାର ନାୟକ, ସୁଶୀଲ କୁମାର ବାଗ, ଏମ. ଚନ୍ଦ୍ରଶେଖର, ଦିଲିପ ନାଏକ ସହଯୋଗ କରିଥିଲେ। ଭବାନୀପାଟଣାସ୍ଥିତ ଓଡିଶା ରକ୍ତ ଭଣ୍ଡାର ତରଫରୁ ଅଜିତ ନାଏକ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମହାକୁଡ଼ ପ୍ରମୁଖ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories