www.samajalive.in
Tuesday, December 9, 2025
16.1 C
Bhubaneswar

କୋକସରାରେ କାଳ ବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ଓ  ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ପ୍ରାୟ ଅଧଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଭୟଙ୍କର କାଳବୈଶାଖୀ ତାଣ୍ଡବ ରଚାଇଛି। । ଅଧିକ ଝଡ଼ତୋଫାନ ହେବା ଯୋଗୁଁ  କୋକସରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଥିବା କଦମ୍ବ ଓ ଅନ୍ୟାନ୍ୟ ଗଛ କ୍ଷତିଗ୍ରସ୍ତ ହେବାସହ ଗଛ ଡ଼ାଳ ଭାଙ୍ଗି  ବିଦ୍ୟା ମନ୍ଦିର ପରିସର ଓ କୋକସରା ଦେଇ ଝରିଆଗୁଡ଼ା,  ଧର୍ମଗଡ଼ ରାସ୍ତା ଉପରେ ପଡ଼ିରହିଥିଲା । ଏହି ସମୟରେ ସେଠାରେ କେହି ନଥିବାରୁ ସୌଭାଗ୍ୟବଶତଃ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ ।

ଖବର ପାଇ କୋକସରା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗଛକୁ କାଟି ସଫା କରିଛି। ଗଛ ସଫା ପରେ ଯାତାୟାତ ସ୍ବାଭାବିକ ହୋଇଛି। କୋକସରା ଅଗ୍ନିଶମ ବିଭାଗ ସବୁବେଳେ ତତ୍ପର ରହି ଲୋକଙ୍କ ସେବା କରି ଆସୁଥିବାରୁ କୋକସରା ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories