www.samajalive.in
Saturday, December 13, 2025
23.1 C
Bhubaneswar

ଲଡ଼ୁଗାଁ କଲେଜରେ ନୂଆ- ଓ  କାର୍ଯ୍ୟକ୍ରମ ଶୁଭାରମ୍ଭ 

ଲଡୁଗାଁ :  ନୂଆ–ଓ  ଯୁବ ଓଡ଼ିଶା ନବୀନ ଓଡ଼ିଶା ଆହ୍ଵାନ ସମଗ୍ର ରାଜ୍ୟରେ ଯୁବପିଢ଼ି ମାନଙ୍କୁ ନୂତନ ପ୍ରେରଣା ଦେବାପାଇଁ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଲଡ଼ୁଗାଁ  ହାୟର  ସେକେଣ୍ଡରି  ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଲଡୁଗାଁ ହନୁମାନ ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରିବା ସହିତ ସ୍କୁଲ୍ ଛାତ୍ରମାନଙ୍କ ଆଞ୍ଚଳିକ ଓ ପାରମ୍ପରିକ ଆଦିବାସୀ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା । ଅଧ୍ୟକ୍ଷ ଡ଼.ନିହାରକାନ୍ତ ପଣ୍ଡାଙ୍କ  ସଭାପତିତ୍ବରେ ବିଦ୍ୟାଳୟର  କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲଡ଼ୁଗାଁ ସରପଞ୍ଚ   ନକୁଲ ନାଏକ, ସମ୍ମାନିତ ଅତିଥି  ଅବସରପ୍ରାପ୍ତ ଶିକ୍ଷକ ବ୍ୟୋମକେଶ ସାହୁ, ମୁଖ୍ୟବକ୍ତା ଭାବେ କିଶୋର ଚନ୍ଦ୍ର ଦାସ ଯୋଗଦେଇ ମଶାଲ ସ୍ଥାପନ କରିବା ସହ ପତାକା ଉତ୍ତୋଳନ, ମଞ୍ଚ ପୂଜନ ପୂର୍ବକ ଉଦଘାଟନ ଓ ଶପଥ ପାଠ କରିଥିଲେ।
ପ୍ରାଧ୍ୟାପକ ପ୍ରେମାନନ୍ଦ ଶାହା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।  ଦ୍ଵିତୀୟ ଦିବସରେ ଗ୍ରାମ ଓ ପରିମଳ ସଚେତନତା ସହିତ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା କରାଯାଇଥିଲା। ସଡ଼କ ସୁରକ୍ଷା ସଚେତନତାରେ ମୁଖ୍ୟ ଅତିଥି କଲମପୁର ଏଏସ ଆଇ  ଶେଖର ଜେନା, ମୁଖ୍ୟ ବକ୍ତା ରଞ୍ଜନ ସାହୁ ରହିଥିବା ବେଳେ ମୁଖ୍ୟ ଅତିଥି ରାଧେଶ୍ୟାମ ଶର୍ମା, ସମ୍ମାନିତ ଅତିଥି କୋକସରା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ବାଗ ଅଗ୍ନିଶମ ଅଧିକାରୀ ଜୁନାଗଡ଼ ଶ୍ରୀକାନ୍ତ ସେଠଙ୍କ ଉପସ୍ଥିତିରେ ବିପର୍ଯ୍ୟୟ ଓ ଅଗ୍ନି ନିରାପତ୍ତା ସଂକ୍ରାନ୍ତରେ ଡେମୋ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଥିଲା । ମଞ୍ଚ ପରିଚାଳନା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ,ଅତିଥି ପରିଚୟ ପ୍ରଶାନ୍ତ ଯୋଷୀ, ପ୍ରଦାନ କରିଥିବା ବେଳେ ଭାରତ ଭୁଷଣ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।  ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ବିଭୁଞ୍ଜନ ସାହୁ, ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ଗୀତାଞ୍ଜଳି ରାଉତ,ସତ୍ୟ ନାରାୟଣ ହଂସ ପ୍ରମୁଖ  ସହଯୋଗ କରିଥିଲେ ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories