ଦଶପଲ୍ଲା: ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ସ୍ବାମୀ ଆତ୍ମ ସମର୍ପଣ କରିଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ବାଣୀଗୋଚ୍ଛା ଥାନା ଅନ୍ତର୍ଗତା ବିଡ଼ାପାଜୁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଛି ସ୍ବାମୀ। ହତ୍ୟାକାଣ୍ଡ ଭିଆଇବା ପରେ ସ୍ତ୍ରୀର କଟାମୁଣ୍ଡ ଧରି ବାଣୀଗୋଚ୍ଛା ଥାନାରେ ସ୍ବାମୀ ପହଞ୍ଚିଥିଲା ଏବଂ ପରକୀୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଥିବା ପୁଲିସକୁ କହିଥିଲା। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଥିବା ମଧ୍ୟ ପୁଲିସକୁ ସୂଚନା ଦେଇଥିଲା। ଏଭଳି ଘଟଣା ବାଣୀଗୋଚ୍ଛା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅଭିଯୁକ୍ତ ସ୍ବାମୀକୁ ପୁଲିସ ପଚରାଉଚୁରା କରୁଥିବାବେଳେ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ଜଣାପଡ଼ିଛି।



