www.samajalive.in
Thursday, December 11, 2025
16.1 C
Bhubaneswar

ଆରମ୍ଭ ହେଲା ରେଙ୍ଗଲୋଇ ପଞ୍ଚାୟତ ପାନୀୟଜଳ ପ୍ରକଳ୍ପ  କାମ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ଜିଲାପରିଷଦ ଜୋନ ୨ ଅଞ୍ଚଳ ଅନ୍ତର୍ଗତ ଥିବା ୩ଟି ପଞ୍ଚାୟତରେ ପାନୀୟ ଜଳର ସମସ୍ୟାକୁ ଦୃଷ୍ଟିରେ ରଖି ତାର ସମାଧାନ ଦିଗରେ ଯେଉଁ ଉଦ୍ୟମ କରାଯାଇଥିଲା ତହିଁର ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଙ୍ଗଲୋଇ ପଞ୍ଚାୟତରେ ପ୍ରକଳ୍ପ ମଞ୍ଜୁର ହେବାପରେ ରେଙ୍ଗଲୋଇ ପଞ୍ଚାୟତ ରେ ପ୍ରକଳ୍ପ ଶୁଭ ଦିଆଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପରିଷଦ ସଭ୍ୟ ଦେନାରାୟଣ ତିୱାରୀ, ପୂର୍ବତନ ବିଧାୟକ ରମେଶ ପଟୁଆ, ଏମବି ସତ୍ୟେନ୍, ଅବନୀ ରଞ୍ଜନ କର, ପ୍ରେମଦୀପ ସାହୁ ରେଙ୍ଗଲୋଇ ସରପଞ୍ଚ ଲତିକା ଚାନ୍ଦ ୱାର୍ଡ ସଭ୍ୟଙ୍କ ଉପସ୍ଥିତିରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଗ୍ରାମବାସୀ ଏବଂ ସଚେତନ ନାଗରିକ ଉପସ୍ଥିତ ଥିଲେ। ସୁଚିତ ଯେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ତିୱାରୀ ଲଇଡା, ରେଙ୍ଗଲୋଇ ଏବଂ କିନାଲୋଇ ପଞ୍ଚାୟତ ଅଞ୍ଚଳରେ ବୃହତ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମ ରେ ପାନିୟ ଜଳଯୋଗାଣ କରିବାକୁ ଦୀର୍ଘ ଦିନ ହେଲା ଦାବୀ କରିଆସୁଥିଲେ।

ଦୀର୍ଘ ଦିନର ଦାବୀ ପୂରଣ ହୋଇଥିବାରୁ ଜିଲ୍ଲାପରିଷଦ ସଭ୍ୟ ଦେନାରାୟଣ ତିୱାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗ୍ରାମ୍ୟଜଳଯୋଗାଣ ବିଭାଗ ର ମୁଖ୍ୟଯନ୍ତ୍ରୀ ମୋତିଲାଲ ତିୱାରୀ, ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ ଏବଂ ଅଧିକ୍ଷଣ ଯନ୍ତ୍ରୀ ସଚିଦାନନ୍ଦ ମହାନ୍ତି ଙ୍କୁ  ଅଞ୍ଚଳ ବାସୀ ଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories