www.samajalive.in
Saturday, December 6, 2025
23.1 C
Bhubaneswar

ତହସିଲଦାରଙ୍କ ପରିଦର୍ଶନ ସମୟରେ ଉପାନ୍ତ ସ୍କୁଲରେ ମାତାଲ ଶିକ୍ଷକ

ଲଡୁଗାଁ : କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ ଶିକ୍ଷାଦାନରେ ଅବହେଳା। କେତେବେଳେ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ତ ଆଉ କେତେବେଳେ ଶିକ୍ଷକ ମଦ୍ୟପାନ କରି ସ୍କୁଲରେ ମାତାଲ ଅବସ୍ଥାରେ ପଡି ରହୁଛନ୍ତି ।
ସେହିଭଳି ଆମପାଣି ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ବିରିମୁହାଣ ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଏକ ସାଂଘାତିକ ଅଭିଯୋଗ ଆସିଛି । ଗୁରୁବାର କୋକସରା ତହସିଲଦାର ଦେବବ୍ରତ କରାଟି ତହସିଲ କାର୍ୟ୍ୟରେ ଯାଇଥିବା ବେଳେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇ ସ୍କୁଲ ପିଲାମାନଙ୍କ ସହ କଥା ହୋଇଥିଲେ। ଖାତା କଲମ ବାଣ୍ଟିବା ସହ ଭଲ ପାଠ ପଢିବା ପାଇଁ କହିଥିଲେ। ଇତି ମଧ୍ୟରେ ଜଣେ ମଦ୍ୟପ ଶିକ୍ଷକ ମାତାଲ ଅବସ୍ଥାରେ ଥିବା ଦେଖି ସେ ସ୍କୁଲ କେବଳ ଶିକ୍ଷା ନୁହେଁ, ଏଠାରେ ପିଲାମାନେ ମଧ୍ୟ ସେମାନଙ୍କର ନୈତିକ ଦାୟିତ୍ୱ ବିଷୟରେ ଜାଣନ୍ତି। କିନ୍ତୁ ଯେତେବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାଆନ୍ତି ସେତେବେଳେ ଏହା ଚିନ୍ତାର ବିଷୟ ବୋଲି କହିଥିଲେ । ତେବେ ସ୍କୁଲର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତିଙ୍କୁ ମଧ୍ୟ ସ୍କୁଲର ବିଭିନ୍ନ ଆନୁସଙ୍ଗିକ ସମସ୍ୟା ବିଷୟରେ ଦୃଷ୍ଟି ଦେବାକୁ କହିଥିଲେ । ସୂଚନା ଯୋଗ୍ୟ ଯେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୧ ରୁ ବିରଞ୍ଚି ନାରାୟଣ ନାଏକ ପୂର୍ବରୁ ସହକାରୀ ଶିକ୍ଷକ ରହିଥିଲେ ତେବେ ଗତ ୨୦ ତାରିଖରେ ତାଙ୍କୁ ବିରିମୁହାଣରୁ ତେତେଲପଡା ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ସ୍କୁଲକୁ ନଯାଇ ବିରିମୁହାଣ ଗାଁ ଆସିଥିଲେ ଓ ମଦ ପିଇ ନିଜ ହିତାହିତ ଜ୍ଞାନ ଭୁଲି ଯାଇଥିଲେ। ଏନେଇ କୋକସରା ବିଇଓ ରଶ୍ମିତା ନେତମଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଅବଗତ ଅଛି, ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories