www.samajalive.in
Saturday, December 6, 2025
23.1 C
Bhubaneswar

ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା

ଫୁଲବାଣୀ/ବ୍ରାହ୍ମଣୀଗାଁ: ଜଣେ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ଜଣେ ଗାଈ ଚରାଳିଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ଖାରିଗୁଡ଼ା ଗ୍ରାମର ମାଦି ପତ୍ରା(୫୫) ବୋଲି ଜଣାପଡ଼ିଛି । ବ୍ରାହ୍ମଣୀଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ମୃତ ମାଦି ପ୍ରତିଦିନ ଭଳି ସିତାଙ୍ଗମାଜୁ ଜଙ୍ଗଲକୁ ଗାଈ ଚରାଇବା ପାଇଁ ଗୁରୁବାର ଦିନ ସକାଳୁ ବାହାରିଥିଲେ। ଅପରାହ୍ନ ୫ ଟାରେ କେବଳ ଗାଈଗୋରୁ ଗାଁକୁ ଫେରିଥିବା ବେଳେ ମାଦି ଆସି ନଥିଲେ। ଏହାପରେ ତାଙ୍କ ପୁଅ ଧର୍ମେନ୍ଦ୍ର ଓ ସ୍ବୀ ସିକମାଙ୍ଗା ଦୁହେଁ ଜଙ୍ଗଲକୁ ଖୋଜିବାକୁ ବାହାରିଥିଲେ। ଏହି ସମୟରେ ମାଦି ଗୁଳି ବିଦ୍ଧ ହୋଇ ମୃତ ଅବସ୍ଥାରେ ପଡ଼ି ରହିଥ‌ିବା ଦେଖିଥିଲେ । ମାଆ ଓ ପୁଅ ଗାଁକୁ ଆସି ସମସ୍ତଙ୍କୁ ଜଣାଇଥବା ସହ ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଣସପଦର ଗ୍ରାମର ଜଣେ ଯୁବକ ହତ୍ୟା କରିଥିବା ପୁଅ ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ମାଦିଙ୍କ ଶରୀରରେ ୨ ଗୋଟି ଗୁଳି ବାଜିଥ‌ିବା ଦେଖ‌ିବାକୁ ମିଳିଛି । ଥାନା ଅଧିକାରୀ ଚାପଧାରି ପ୍ରଧାନଙ୍କ ସମେତ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories