www.samajalive.in
Saturday, December 6, 2025
16.1 C
Bhubaneswar

ବୌଦ୍ଧ କୄଷି ସେବା ସଂଘର କ୍ୟାଡର ପୁନର୍ବିନ୍ୟାସ ଦାବିରେ ଆନ୍ଦୋଳନ ଚେତାବନୀ

ହରଭଙ୍ଗା :ଦୀର୍ଘ ଦୁଇ ବର୍ଷର ସଂଘର୍ଷ ଓ ବାରମ୍ବାର ଆଲୋଚନା ପର୍ୟ୍ୟାଲୋଚନା ପରେ ମଧ୍ୟ ଓଡିଶା କୄଷି ସେବା କ୍ୟାଡରର ପୁନର୍ବିନ୍ୟାସକୁ ନେଇ ସରକାରଙ୍କ ଉଦାସୀନତା ଯୋଗୁଁ କୄଷି ଅଧିକାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ଏ ସଂକ୍ରାନ୍ତରେ ବୌଦ୍ଧ କୄଷି ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗତ ୧୮ତାରିଖରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ସଂଘର ସଭାପତି ବସନ୍ତ କୁମାର ପାଣିଗ୍ରାହୀ ସାଧାରଣ ସଂପାଦକ ଶବ୍ୟସାଚୀ ଦାସ , କୋଷାଧ୍ୟକ୍ଷ ଲଳିତ କୁମାର ସାହୁ ସଦସ୍ୟ ନିବେଦିତା ପ୍ରଧାନଙ୍କ ସହିତ ଜିଲ୍ଲାର ଅନ୍ୟ ସମସ୍ତ ଅଧିକାରୀ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଥିଲେ। ଏଥିରେ ଦର୍ଶାଯାଇଛି ଯେ କୄଷି ବିଭାଗ ରାଜ୍ୟର ୭୭ଲକ୍ଷ ୫୪ ହଜାର କୄଷି ଜୀବୀଙ୍କ ପାଇଁ କାଳିଆ, ବଳରାମ, ଫସଲବୀମା, ରୋଗ ପୋକ ଦାଉରୁ ଫସଲ ରକ୍ଷା, ଯାନ୍ତ୍ରିକ କୄଷି, ସମନ୍ବିତ କୄଷି, କ୍ଷୁଦ୍ରଶସ୍ୟ ମିଶନ୍, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପ୍ରକ୍ରିୟା ଇତ୍ୟାଦି ଅନେକ ଯୋଜନା କାର୍ୟ୍ୟକାରୀ କରୁଛି କିନ୍ତୁ ଏହି ଯୋଜନା ଗୁଡିକୁ ଚାଷୀଙ୍କ ପାଖରେ ପହଞ୍ଚାଉଥିବା କୄଷି କର୍ମଚାରୀଙ୍କୁ ଅଣଦେଖା କରାଯାଉଛି।
ସମୟାନୁସାରେ ପଦୋନ୍ନତି ଦିଆନଯିବା ତଥା ଦୀର୍ଘ ଦିନଧରି ପଦବୀ ଗୁଡିକ ଖାଲିରହିବା ମାନସିକ ଦୁଶ୍ଚିନ୍ତାର କାରଣ ହୋଇଛି। ୨୦-୨୫ ବର୍ଷ ଧରି ଗୋଟିଏ ପଦବୀରେ ରହି ଅଧିକାରୀ ମାନେ ଅବସର ନେଉଛନ୍ତି କିମ୍ବା ଅବସର ନେବାର କିଛି ଦିନ ପୂର୍ବରୁ ପଦୋନ୍ନତି ମିଳୁଛି। ଭାରତୀୟ କୄଷି ଅନୁସନ୍ଧାନ ସଂସ୍ଥାନର ୨୦୧୬ ବିଜ୍ଞପ୍ତି ଅନୁସାରେ ବୄତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡରଙ୍କ ଭଳି ଗ୍ରୁପ୍ ‘ଏ’ ରେ ନିଯୁକ୍ତି ଦିଆଯିବା ଦାବିକୁ ମଧ୍ୟ ଅଣଦେଖା କରାଯାଇଛି।
ଓଡିଶା କ୍ରମାଗତ ୫ ଥର ପାଇଁ କୄଷି କର୍ମଣ ପୁରସ୍କାର, ସର୍ବୋତ୍କୃଷ୍ଟ ମିଲେଟ୍ ପ୍ରମୋସନ ଷ୍ଟେଟ୍ ଆଓ୍ବାର୍ଡ, ସ୍କୋଚ୍ ଆଓ୍ବାର୍ଡ, ଏଗ୍ରିକଲଚର ଲିଡରସିପ୍ ଆଓ୍ବାର୍ଡ ଭଳି ଅନେକ ପୁରସ୍କାର ଜାତୀୟ ସ୍ତରରେ ପାଇଥିବାବେଳେ ଗ୍ରାଉଣ୍ଡ ଲେଭଲରେ ଚାଷୀଙ୍କ ପାଇଁ କାମ କରୁଥିବା କୄଷି ଅଧିକାରୀ ମାନଙ୍କ ଦାବି ସରକାରଙ୍କ ଦୄଷ୍ଟିଗୋଚର ନହେବା ଯୋଗୁଁ କୄଷି ସେବା ସଂଘର ସମସ୍ତ ସଦସ୍ୟ ଦୁଃଖିତ ତଥା ମର୍ମାହତ ହୋଇଛନ୍ତି ଏବଂ ରାଜ୍ୟର ୯୦୦ ଅଧିକାରୀ ନିଜର ଅଭିଯୋଗ ପତ୍ର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରିଛନ୍ତି। ସରକାରଙ୍କ ଅନୁମୋଦନ କ୍ରମେ ଗଠିତ ଉଚ୍ଚସ୍ତରୀୟ କମିଟି ହାଇଦ୍ରାବାଦ ସ୍ଥିତ କୄଷି ବିସ୍ତାର ପ୍ରବନ୍ଧ ସଂସ୍ଥାନ(MANAGE )ଦୁଇ ମାସ ପୂର୍ବରୁ କ୍ୟାଡର ପୁନର୍ବିନ୍ୟାସ ସମ୍ବନ୍ଧିତ ସୁପାରିଶ ପତ୍ର ପ୍ରଦାନ କରିବା ପରେ ମଧ୍ୟ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉନାହିଁ। ଯଥାଶୀଘ୍ର ନ୍ୟାୟୋଚିତ ପଦକ୍ଷେପ ନିଆନଗଲେ ଆଗାମୀ ଅଗଷ୍ଟ ୩୧ରୁ ରାଜ୍ୟ ର ସମସ୍ତ ଅଧିକାରୀ ସାମୂହିକ ଛୁଟିରେ ଯିବେ ବୋଲି ସଂଘ ଚେତାବନୀ ଦେଇଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories