www.samajalive.in
Saturday, December 6, 2025
14.1 C
Bhubaneswar

ଗୁଣୁପୁର ସହରରେ ମାତିଛନ୍ତି ବାଇକ ଲୁଟେରା

ଗୁଣୁପୁର : ଦିନକୁ ଦିନ ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ଚୋରି, ଡକାୟତି, ଲୁଟେରା, ମଦ୍ୟପଙ୍କ ଉପଦ୍ରବ ପ୍ରଭୃତି ବୃଦ୍ଧି ପାଇଛି । ସହରରେ ଯାନବାହନ ରଖି ଲୋକେ ବିଭିନ୍ନ କାମଧନ୍ଦାରେ ଯାଉଥିବା ବେଳେ ଫେରିବା ବେଳକୁ ଗାଡି ଉଭାନ ହେ।ଇଯାଉଛି । ଗତକାଲି ଲିମାମେଡା ଗ୍ରାମର ସୁଶାନ୍ତ ଗୌଡ଼ ନିଜ ବାଇକ ହଳଦିଆ ନାଳ ନିକଟସ୍ଥ ଏକ ସୋରୁମ ନିକଟରେ ରଖି ନିଜ କର୍ମକ୍ଷେତ୍ରକୁ ଯାଇଥିଲେ।
ଅପରାହ୍ନ ୪ଟା ବେଳେ ଦେଖିଲା ବେଳକୁ ସେଠାରେ ବାଇକ ନ ଥିବା ଜଣାପଡିଥିଲା । ଆଖପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପରେ ଏକ ସିସିଟିଭି ଫୁଟେଜରୁ ଦୁଇଜଣ ଦୁର୍ବୃତ୍ତ ଚୋରି କରି ନେଉଥିବା ଜଣାପଡିଛି।
ଏନେଇ ସୁଶାନ୍ତ ଗୌଡ଼ ଗୁଣୁପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତ ମାନେ ମୁହଁରେ କପଡା ଢାଙ୍କିବା ସହ ଛତା ଧରିଥିବାରୁ ଚିହ୍ନିବା ରେ ସମସ୍ୟା ସୃଷ୍ଟି ହୋଇଛି । ତେବେ ସୁଶାନ୍ତ ଜଣେ ନିହାତି ଗରୀବ ବ୍ୟକ୍ତି ବିଶେଷ ହୋଇ ଥିବାରୁ ପୁଲିସ ଘଟଣାର ତ୍ୱରିତ ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories