www.samajalive.in
Sunday, December 7, 2025
13.1 C
Bhubaneswar

ଡକାୟତି ମାମଲା, ଗାଁ ଗାଁରେ କୋକୁଆ ଭୟ 

ଲଡୁଗାଁ : କୋକସରା ଥାନା ଓଲମା ଗାଁରେ ଗତ ରବିବାର ବିଳମ୍ବିତ ରାତିରେ ହୋଇଥିବା ଡକାୟତିକୁ ନେଇ ଏବେ କୋକସରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। କୋକସରା ଥାନା ଅନ୍ତର୍ଗତ ଓଲମା ଗାଁ ଶେଷ ମୁଣ୍ଡରେ ଥିବା ଚାଷୀ ଧନଞ୍ଜୟ ସାହୁଙ୍କ ଘର ପାଚେରି ଡେଇଁ ଘରର ମୁଖ୍ୟ କବାଟକୁ ତାଡି ୧୨ରୁ ୧୫ ଜଣ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ଦେଖାଇ ବନ୍ଧୁକ ମୁନରେ ଟଙ୍କା ସୁନା ଲୁଟ ହୋଇଥିଲା । ଡକାୟତ ଦଳ ବାଡ ଡେଇଁ ଫେରାର ମାରିଥିଲେ । କିନ୍ତୁ ଜଣେ ଡକାୟତ ବାଡ ଡେଉଁଥିବା ବେଳେ ଗୋଡ ଭାଙ୍ଗି ଯିବାରୁ ସେଠାରୁ ଯାଇପାରି ନଥିଲା । ତାକୁ ଲୋକମାନେ ଧରିଥିବା ବେଳେ ଅନ୍ୟ ଏକ ଡକାୟତକୁ କାଉଡୋଳା ଠାରେ ଲୋକେ ଧରି ପୁଲିସ ଜିମା ଦେଇଥିଲେ।
ସୂଚନାଯୋଗ୍ୟ,ଏପର୍ୟ୍ୟନ୍ତ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଡକାୟତ ମାନଙ୍କୁ ଧରିବାକୁ ପୁଲିସ ତନାଘନା ହେଉଥିବା ବେଳେ ତଦନ୍ତ କେତେ ଦୂର ଆଗେଇଛି ଓ ବର୍ତ୍ତମାନ ପର୍ୟ୍ୟନ୍ତ କେତ ଜଣ ଡକାୟତକୁ ପୁଲିସ ଧରିଛି ତାହା ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହିଁ । ହେଲେ ଗତ ଜୁଲାଇ ମାସ ୩୧ ତାରିଖ ରାତିରେ କଲମପୁର ଥାନା ଦୁଲକିବନ୍ଧ ଗ୍ରାମର ରାଜେଶ ସରାଫ ଓ ଜୟପାଟଣା ଥାନା ଶାଗଜୋରରେ ଗତ ଜୁଲାଇ ମାସରେ ଡକାୟତି ହୋଇଥିଲା । ଏସବୁ ଗୋଟିଏ ପରେ ଗୋଟିଏ ଡକାୟତି ମାରଣାସ୍ତ୍ର ଦେଖାଇ ସମାନ ଢଙ୍ଗରେ ହୋଇଥିବା ଜଣାପଡିଛି । ଚୋରି ଡକାୟତି ଘଟଣା ଦିନକୁ ଦିନ ବଢୁଥିବା ବେଳେ ଏବେ ଗାଁ ଗାଁରେ କେହି ରାତିରେ ବାହାରକୁ ବାହାରିବା ସୁରକ୍ଷିତ ମଣୁନାହାନ୍ତି । ସନ୍ଧ୍ୟା ହେଲେ ଲୋକେ ଭୟରେ ତାଟିକବାଟ ପକାଇ ଜଗି ରହୁଛନ୍ତି । ତେବେ ପୁଲିସ ଯଦି ଏହି ଡକାୟତ ଗ୍ୟାଙ୍ଗକୁ ଧରିନପାରିଲେ ଗତବର୍ଷ ଭଳି ଏବର୍ଷ ମଧ୍ୟ ଗାଁ ମାନଙ୍କରେ ଠେଙ୍ଗା ବାଡି ଧରି ନିଜ ଗାଁ କୁ ନିଜେ ସୁରକ୍ଷା ଦେବା ପାଇଁ ଗାଁ ଲୋକ ରାତି ସାରା ଜଗି ରହିବା ପାଇଁ ବାଧ୍ୟ ହେବୁ ବୋଲି କହିଛନ୍ତି। ଓଲମା ଡକାୟତି ଘଟଣାରେ ପୁଲିସ ପକ୍ଷରୁ ଖାନ୍ ତଲାସି ଜାରି ରହିଛି । ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବା ସହ ରାତିରେ ପେଟ୍ରୋଲିଂ ବ୍ୟବସ୍ଥା କଡା କଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories