www.samajalive.in
Monday, December 15, 2025
17.1 C
Bhubaneswar

ଲେହ୍‍ଠାରେ ସ୍ଥାପନ ହେବ ଜାତୀୟ ସୋୱା-ରିଗ୍‍ପା ପ୍ରତିଷ୍ଠାନ

ନୂଆଦିଲ୍ଲୀ : ପାରମ୍ପରିକ ଔଷଧ ଓ ଚିକିତ୍ସା ପଦ୍ଧତୀକୁ ଲୋକପ୍ରିୟ କରାିବା ପାଇଁ ଲେହ୍‍ଠାରେ ଜାତୀୟ ସୋୱା-ରିଗ୍‍ପା ପ୍ରତିଷ୍ଠାନ ସ୍ଥାପନ କରାଯିବ। କେନ୍ଦ୍ର କ୍ୟାବିନେଟ୍‍ ଏଥିପାଇଁ  ୪୭ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁରି ପ୍ରଦାନ କରିଛି । ଏନ୍‍ଆଇଏସ୍‍ଆର୍‍ ଆୟୁଷ୍‍ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଙ୍ଗଠନ ଭାବେ କାର୍ଯ୍ୟ କରିବ। ଏହାର ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ମୋଟାମୋଟି ପ୍ରକଳ୍ପର କାର୍ଯ୍ୟକାରିତାକୁ ତଦାରଖ କରିବାକୁ ଜଣେ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଯିବ।

ଲେହ୍‍ଠାରେ ଜାତୀୟ ସୋୱା-ରିଗ୍‍ପା ପ୍ରତିଷ୍ଠାନ ସ୍ଥାପନ କରି ସୋୱା-ରିଗ୍‍ପା ଚିକିତ୍ସା ପଦ୍ଧତିର ବିକାଶ କରିବାକୁ ସରକାର ଯୋଜନା କରିଛନ୍ତି। ଏହାଛଡ଼ା ଲଦାଖ୍‍ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ସଂସ୍କୃତିର ବିକାଶ ମଧ୍ୟ ଏନ୍‍ଆଇଏସ୍‍ଆର ସ୍ଥାପନର ଅନ୍ୟତମ ଲକ୍ଷ୍ୟ। ଏହି ଅନୁଷ୍ଠାନ ସୋୱା-ରିଗ୍‍ପା ଛାତ୍ରଛାତ୍ରୀମାନଙ୍କପାଇଁ ସୁଯୋଗ ସୃଷ୍ଟି କରିବ। ସୋୱା-ରିଗ୍‍ପା ଏକ ପାରମ୍ପରିକ ଚିକିତ୍ସା ପଦ୍ଧତି, ଯାହା ହିମାଳୟ ଅଞ୍ଚଳରେ ଅତ୍ୟନ୍ତ ଲୋକପ୍ରିୟ। ଏହି ଚିକିତ୍ସା ପଦ୍ଧତି ସକ୍କିମ୍‍, ଅରୁଣାଚଳ ପ୍ରଦେଶ,
ଦାର୍ଜିଲିଂ, ହିମାଚଳ ପ୍ରଦେଶ ଓ ଲଦାଖରେ ବେଶ୍‍ ଲୋକପ୍ରିୟ। ବର୍ତ୍ତମାନ ଏହା ସାରା ଦେଶରେ ଉପଲବ୍ଧ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories