ବର୍ଷା ଅଭାବ, ଚିନ୍ତାରେ ଚାଷୀ

ବିଲକୁ ଯାଇନି ହଳ, ଗୋରୁଙ୍କ ଚରାଭୂଇଁ ପାଲଟିଛି ଧାନ ଜମି

ପାତ୍ରପୁର :  ଚଳିତ ବର୍ଷ ଅନିୟମିତ ବର୍ଷା ଯୋଗୁଁ ପାତ୍ରପୁର ବ୍ଲକରେ ବହୁ ଚାଷ ଜମିକୁ  ହଳ ଯ।ଇ ପ।ରିନି । ଯାହା ଫଳରେ ଚାଷୀଙ୍କ ଚିନ୍ତା ବଡିବାରେ ଲାଗିଛି । ଏହି ବ୍ଳକରେ ଥିବା ଗୁଡିପଦର, ବ୍ରାହ୍ମଣ ନୂଆଗାଁ, କେଶରୀପଡା, ଜୟନ୍ତୀପୁର, ବରଙ୍ଗ, ଗୁଣ୍ଡୁରା, ଆମ୍ବପୁରୁ, ପାତ୍ରପୁର, ଖାରିଆଗୁଡା, ସୁରଙ୍ଗୀ, ବାଦପୁର ସମେତ ବିଭିନ୍ନ ପଞ୍ଚାୟତର ଅନେକ ଗ୍ରାମରେ ବର୍ଷା ଅଭାବ ଯୋଗୁଁ ଧାନ ତଳି ପଡି ନାହିଁ । ପୁଣି ପାଣିର ଅଭାବ ଯୋଗୁଁ ଧ।ନରୁଆ କାର୍ଯ୍ୟ ନହୋଇ ଜମି ପଡିଆ ପଡିଛି । ଏହିସବୁ ଗ୍ରାମ ମାନଙ୍କର ଚାଷୀ ଅଧିକ । ଅମଳ କ୍ଷମ ଧାନ ବିହନ ଆନ୍ଧ୍ର ଏବଂ ଅଞ୍ଚଳର ସେବା ସମବାୟ ସମିତିରୁ କିଣି ତଳି ପକାଇ ଥିଲେ। ଧାନ ତଳି ପକାଇବାର ୨୧ଦିନରୁ ଏକମାସ ମଧ୍ୟରେ ତଳି ଜମିରେ କାଦୁଅ କରି ରୋଉଥିଲେ। ତେବେ ଚଳିତ ବର୍ଷ ଇନ୍ଦ୍ର ଦେବଙ୍କ କୋପ ଦୃଷ୍ଟି ଯୋଗୁଁ ବର୍ଷା ଅଭାବରୁ ତଳି ତଳିଘରାରେ ରହିଛି। ତଳିକୁ ଏକ ମାସରୁ ଅଧିକ ଦିନ ହେଲାଣି ଯାହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଗତ ସପ୍ତାହରେ ଅଳ୍ପ ବର୍ଷା ହେବ ଫଳରେ କେତେକ ଗ୍ରାମରେ ଅଳ୍ପ ଜମିରେ ପାଣି ହେବା ପରେ ଧ।ନ ରୁଆ ଆରମ୍ଭ ହୋଇଛି । ଏବେ ଅଞ୍ଚଳର ବହୁ  ଗ୍ରାମର  ଚାଷଜମିରେ ଧାନ ରୁଆ ନହୋଇ ଗାଇ ଗୋରୁ ଚରୁଛନ୍ତି । ଅଞ୍ଚଳର ବହୁ ଧାନ ଚାଷ ଜମି ପାହାଡ଼ ତଳେ ରହିଛି। ସାଧାରଣ ବର୍ଷା ହେଲେ ଏହି ଜମି ପାହାଡ଼ ପାଣିରେ ଚାଷ ହେଉଥିଲା। ବର୍ଷା ନେଇ ପାଣିପାଗ ବିଭଗର ସୂଚନା ସତ୍ତ୍ବେ ବର୍ଷା ନା ଧରୁନାହିଁ। ଗତ କିଛି ଦିନ ହେଲା ବର୍ଷା ଅଭାବ ଯୋଗୁଁ ପୁରିୟ। ସାହି କ୍ଷୁଦ୍ର  ଜଳସେଚନ ଯୋଜନାରେ ପାଣି ଆସିନାହିଁ । ସେହିପରି ବାହୁଦା ନଦୀରେ ପାଣି କମିବା ଯୋଗୁଁ କଳିଙ୍ଗଦଳା ବାହୁଦା ଜଳସେଚନ  ପ୍ରକଳ୍ପରୁ ଆସନ୍ତା ସପ୍ତାହରେ ପାଣି ଛଡ଼ା ଯିବାକୁ ସ୍ଥିର ହୋଇଛି। ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପରରୁ ଆସନ୍ତା ୨୮ତାରିଖରେ ପାଣି ଛାଡିବାକୁ ସ୍ଥିର ହୋଇଛି । କେତେକ ଘରୋଇ ଉଠା ଜଳସେଚନ ପ୍ରକଳ୍ପ ଚାଲିଥିବା ଜଣାଯାଇଛି । ତେବେ ବହୁ ଚାଷୀ  ଏବେ ବର୍ଷାକୁ ଅପେକ୍ଷା କରି ରହିଥିବା ବେଳେ ବର୍ଷା ହେଲେ ଧାନ ରୁଆ ଆରମ୍ଭ କରିବାକୁ ଆଶା ବାନ୍ଧିଛନ୍ତି।

Comments are closed.