www.samajalive.in
Tuesday, December 9, 2025
23.1 C
Bhubaneswar

ବୟସ୍କ ଧନୀ ତାଲିକାରେ ଲଚ୍ଛମନ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ଫୋର୍ବସ ଧନୀ ତାଲିକା ଅନୁଯାୟୀ ବିଶ୍ବର ସର୍ବକନିଷ୍ଠ ଧନୀ ହୋଇଛନ୍ତି ବ୍ରାଜିଲର ୧୯ ବର୍ଷୀଅ ଛାତ୍ରୀ ଲିଭିଆ ଭୋଏଟ୍‌। ଲାଟିନ୍‌ ଆମେରିକାର ସର୍ବବୃହତ ବୈଦ୍ୟୁତିକ ମୋଟର ନିର୍ମାତା ଡବ୍ଲ୍ୟୁଇଜିର ସହ ପ୍ରତିଷ୍ଠାତା ୱେର୍ନର ରିଚାର୍ଡ ଭୋଏଟ୍‌ଙ୍କ ନାତୁଣୀ ହେଉଛନ୍ତି ଲିଭିଆ। ଡବ୍ଲ୍ୟୁଇଜିର ସର୍ବାଧିକ ବ୍ୟକ୍ତିଗତ ଅଂଶଧନ ଲିଭିଆ ଭୋଏଟ୍‌ଙ୍କ ନିକଟରେ ରହିଛି। ଯାହାର ମୂଲ୍ୟ ୧୧୦ କୋଟି ଡଲାର। ଲିଭିଆ ଏବେ ବ୍ରାଜିଲ ୟୁନିଭର୍ସିଟିର ଛାତ୍ରୀ। କନିଷ୍ଠ ଧନୀ ତାଲିକାରେ ଥିବା ୭ ନୂଆ ମୁହଁ ମଧ୍ୟରୁ ଲିଭିଆ ଜଣେ। ସେହିପରି ଜିରୋଧାର ସହ ପ୍ରତିଷ୍ଠାତା ଭାରତର ନୀତିନ ଓ ନିଖିଲ କାମାଥ, ଫ୍ଲିପ୍‌କାର୍ଟର ସହ ପ୍ରତିଷ୍ଠାତା ସଚିନ୍‌ ଓ ବିନି ବଂଶଲ କନିଷ୍ଠ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି। ୩୭ ବର୍ଷୀୟ ନିଖିଲ କାମାଥ ୩୧୦ କୋଟି ଡଲାର ସମ୍ପତ୍ତି ସହ ଭାରତର ସର୍ବକନିଷ୍ଠ ଧନୀ ହୋଇଛନ୍ତି।

ସେହିପରି ଭାରତର ବୟସ୍କ ଧନୀ ତାଲିକାରେ ୯୩ ବର୍ଷୀୟ ଲଚ୍ଛମନ ଦାସ ମିତ୍ତଲଙ୍କ ନାମ ରହିଛି। ପଞ୍ଜାବ ହୋସିଆରପୁର ବାସିନ୍ଦା ଲଚ୍ଛମନ ପୂର୍ବରୁ ଏଲ୍‌ଆଇସି ଏଜେଣ୍ଟ ଭାବେ କାମ କରୁଥିବା ବେଳେ ୧୯୯୦ରେ ସୋନାଲିକା ଟ୍ରାକ୍ଟର କମ୍ପାନୀ ପ୍ରତିଷ୍ଠା କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories