ସମାଜ ଡିଜିଟାଲ ଡେସ୍କ: ନିର୍ମାଣ କାର୍ଯ୍ୟ ସମୟରେ ୬ ମହଲା କୋଠାରୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ କୋଠା ନିର୍ମାଣ ସମୟରେ ଶନିବାର ଏହି ଘଟଣା ଘଟିଛି। ମୃତ ଶ୍ରମିକ ଜଣକ ହେଲେ ସୁଜୟ କୁମାର ଓ ବୟସ ୨୦ ବର୍ଷ। ତାଙ୍କ ଘର ବାହାର ରାଜ୍ୟରେ ବୋଲି ସୂଚନା ମିଳିଛି। କାର୍ଯ୍ୟରେ ନିୟୋଜିତ ସମୟରେ ଅସାବଧାନତା ବଶତଃ ଗୋଡ଼ ଖସିଯାଇ ସେ ତଳେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Popular Categories



