www.samajalive.in
Sunday, December 14, 2025
19.1 C
Bhubaneswar

ଲାଞ୍ଜିଗଡ଼ରେ ଶ୍ରମ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ୍‌ର ମିଳିତ ଚଢ଼ଉ, ଜଣେ ଶିଶୁ ଶ୍ରମିକ ଉଦ୍ଧାର

ଲାଞ୍ଜିଗଡ: ଦିନକୁ ଦିନ କଳାହାଣ୍ଡି ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଶୁକ୍ରବାର ଲାଞ୍ଜିଗଡ଼ ସହରରେ ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ମିଳିତ ଚଢ଼ଉ କରାଯାଇଛି। ଲାଞ୍ଜିଗଡ଼ ସହରର ବିଭିନ୍ନ ଦୋକାନ, ହୋଟେଲ ଓ ନିର୍ମାଣସ୍ଥଳୀରେ ଆଜି ଚଢ଼ଉ କରାଯାଇଥିବାବେଳେ ଜଗନ୍ନାଥପୁରଠାରେ ଏକ ନିର୍ମାଣସ୍ଥଳରେ ଜଣେ ଶିଶୁ ଶ୍ରମିକକୁ ଉଦ୍ଧାର କରାଯାଇଛି। ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଶ୍ରମ ବିଭାଗର ଅତିରିକ୍ତ ଶ୍ରମ ଅଧିକାରୀ ଜିତମ୍ କୁମାର ମାଝୀଙ୍କ ନେତୃତ୍ଵରେ ଏକ ଟିମ୍ ଲାଞ୍ଜିଗଡ ସହରକୁ ପ୍ରଵେଶ କରି ବେଦାନ୍ତ କାରଖାନା ମୁଖ୍ୟ ଗେଟଠାରୁ ବଳଭଦ୍ରପୁର ପର୍ଯ୍ୟନ୍ତ ତଦନ୍ତ କରିଥିଲା। ବିଶ୍ଵନାଥପୁର ଓ ଲାଞ୍ଜିଗଡ ସହରର ହୋଟେଲ ମାଲିକ ଓ ଦୋକାନୀମାନେ କୌଣସି ସୂତ୍ରରୁ ଖବରପାଇ ଶିଶୁ ଶ୍ରମିକକୁ ହଟାଇ ଦେଇଥିଲେ। ହେଲେ ଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଲାଞ୍ଜିଗଡ ସହରର ବିଭିନ୍ନ ହୋଟେଲ ଓ ଦୋକାନକୁ ଯାଇ ଶିଶୁ ଶ୍ରମିକ ଉଚ୍ଛେଦକୁ ନେଇ ସଚେତନତା କରୁଥିଲେ। ୧୪ବର୍ଷରୁ କମ୍ ବୟସର ଶିଶୁଙ୍କୁ କାମରେ ନିୟୋଜିତ ନ କରିବା, ଏପରି କାମ କରାଉଥିବା ବ୍ୟକ୍ତିଙ୍କୁ ଦୁଇରୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ଅଛି ବୋଲି ସହରବାସୀଙ୍କୁ ସୂଚିତ କରାଇଥିଲେ। ଆଜିର ଏହି ଶ୍ରମ ବିଭାଗର ଚଢ଼ାଉରେ ଶିଶୁ ସୁରକ୍ଷା ୟୁନିଟର ସୁଧାଂଶୁ ଶେଖର ମହାପାତ୍ର, ଚାଇଲ୍ଡ ହେଲ୍ପ ଲାଇନର ଯୋଗେଶ ନାଏକ, ସନାତନ ମାଝୀ, ଜିଲ୍ଲା ସଂଯୋଯୋକ ବିପ୍ଳବ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ ଥିବାବେଳେ ଲାଞ୍ଜିଗଡ ପୁଲିସ ସହଯୋଗ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories