www.samajalive.in
Saturday, December 6, 2025
16.1 C
Bhubaneswar

ମୁକୁନ୍ଦପ୍ରସାଦ ହତ୍ୟାକାଣ୍ଡ: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ଜିଲା ମୁକୁନ୍ଦପ୍ରସାଦରେ ଘଟିଥିବା ହତ୍ୟା ମାମଲାରେ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ୨ ଦିନର ରିମାଣ୍ଡ ମଞ୍ଜୁର କରିଥିଲେ କୋର୍ଟ। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ୩ ଅଭିଯୁକ୍ତ ବିଶ୍ବଜିତ ମହାରଣା ଓରଫ ମିକିନା, ମୁକେଶ ସେଠି ଓରଫ ଟିମର, ଆଶିଷ ପଟ୍ଟନାୟକ ଓରଫ ଆକାଶଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୁଲିସ।

ସୂଚନାଯୋଗ୍ୟ, ମୁକୁନ୍ଦପ୍ରସାଦରେ ଘଟିଥିବା ହତ୍ୟା ଘଟଣାରେ ୩ ଜଣଙ୍କୁ ମଙ୍ଗଳବାର ଗିରଫ କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଓ ଏହି ହତ୍ୟାକାଣ୍ଡର କାରଣ ଶତ୍ରୁତା ବୋଲି ସେ ସ୍ପଷ୍ଟ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ବଜିତ ମହାରଣା ଓରଫ ମିକିନା, ମୁକେଶ ସେଠି ଓରଫ ଟିମର, ଆଶିଷ ପଟ୍ଟନାୟକ ଓରଫ ଆକାଶ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଡାସାହିରେ ମିକିନା ଓ ମୁକେଶଙ୍କ ଘର ହୋଇଥିବାବେଳେ ଆକାଶଙ୍କ ଘର ଜଗତସିଂହପୁର ଏବଂ ସେ ପୋଡାସାହିରେ ରହୁଛି।

- Advertisement -

ଏକ ଘରୋଇ ବିଦ୍ୟାଳୟ ନିକଟ ପଡିଆକୁ ଅଭିଯୁକ୍ତ ବିଶ୍ୱଜିତ ମହମ୍ମଦ ସାହିଦକୁ ଡାକିଥିଲା। ତେବେ ଅଭିଯୁକ୍ତଙ୍କ ହାତରେ ହତିଆର ଥିବା ଦେଖି ସାହିଦ ବାଇକ୍‌ରେ ଫେରି ଆସୁଥିବାବେଳେ ପିଛା କରିଥିଲେ ହତ୍ୟାକାରୀ। ଚାଚେରା ଶବର ସାହି ନିକଟ ଏକ ଗ୍ୟାରେଜ ଭିତରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଅଭିଯୁକ୍ତମାନେ ଡେଲାଙ୍ଗରୋଡ଼ରେ ପୁରୀ ଅଭିମୁଖେ ଯାଇଥିଲେ ଏବଂ ଫେରିବା ପରେ ସଦର ଥାନା ବାଜପୁର ନିକଟ କାଜୁ ପଡିଆରେ ଲୁଚିଥିଲେ। ପୁଲିସ ଚାରିଟି ଦଳ ଗଠନ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ ଓ ପୁରୀ ଜିଲାର ବିଭିନ୍ନ ସ୍ଥାନ ଯାଞ୍ଚ କରାଯାଇଥିଲା। ତେବେ ପୁରୀ ଦଳ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ଖଣ୍ଡା, ଗୋଟିଏ ବାଇକ୍  ଏକ ମୋବାଇଲ ଓ ସ୍କୁଟି ଆଦି ଜବତ କରାଯାଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories