www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ୟକ୍ତିଙ୍କ ଜୀବନରେ ଜାତକରେ ଗ୍ରହଙ୍କ ସ୍ଥିତିର ରହିଛି ବିଶେଷ ମହତ୍ତ୍ୱ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ଗ୍ରହଙ୍କ ସ୍ଥିତି ବ୍ୟକ୍ତିଙ୍କ ଜୀବନରେ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ ଯେ, ଜାତକରେ ଗ୍ରହଙ୍କ ସ୍ଥିତି ଠିକ ନଥିଲେ ବ୍ୟକ୍ତିଙ୍କୁ ଜୀବନରେ ବହୁ ସମସ୍ୟାରୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। ମାତ୍ର ଆପଣ ଜାଣିଛନ୍ତି କି, ବ୍ୟକ୍ତିଙ୍କ ମୁହଁରୁ ସେମାନଙ୍କ ଗ୍ରହର ସ୍ଥିତି ବିଷୟରେ ବହୁ କିଛି ଜାଣି ହୋଇଥାଏ। ଜାଣନ୍ତୁ ଏହା ବିଷୟରେ…….
ବହୁ ସମୟରେ ଆଖି ତଳ କଳା ପଡ଼ିଥିବାର ଦେଖାଯାଏ। କେଶ କମ ବୟସରେ ଅଧିକ ଧଳା ହୋଇଥାଏ। ଏପରି ହେଲେ ଜାତକରେ ଚନ୍ଦ୍ରମା ଖରାପ ସ୍ଥିତିରେ ଥାଆନ୍ତି ବୋଲି କୁହାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା କରିବା ସହ ଅଧିକ ମାତ୍ରାରେ ଗଛ ଲଗାଇବା ଉଚିତ। ଅଧିକ ମାତ୍ରାରେ ପାଣି ପିଇଲେ ମଧ୍ୟ ଶୁଭଫଳ ମିଳିଥାଏ।
କିଛି ଲୋକଙ୍କ ଆଖି ନିକଟରେ ହଠାତ ଚମକ କମି ଯାଇଥାଏ। ଏହାସହ ତାଙ୍କୁ ହାଲିଆ ମଧ୍ୟ ଅନୁଭୂତ ହୋଇଥାଏ। ଆତ୍ମ ବିଶ୍ୱାସ କମିଯାଇଥାଏ। ଏହା ଜାତକରେ ସୂର୍ୟ୍ୟଙ୍କ ସ୍ଥିତି ଖରାପ ଥିବାର ସଙ୍କେତ ଦେଇଥାଏ।
ସୂର୍ୟ୍ୟଙ୍କ ସ୍ଥିତି ମଜଭୂତ କରିବା ପାଇଁ ହାତ ଉପରକୁ ଉଠାଇ ‘ଓଁ’ଉଚ୍ଚାରଣ କରିବା ସହ ୨୪ ଥର ଗାୟତ୍ରୀ ମନ୍ତ୍ରର ଜପ କରିବା ଉଚିତ। ଏହା ଖୁବ ଶଭୁଫଳ ପ୍ରଦାନ କରିଥାଏ।
କିଛି ସମୟରେ ଦେଖାଯାଏ ଯେ ମୁହଁ ଅଧିକ ଶୁଷ୍କ ଓ ବିଭିନ୍ନ ଦାଗ ସୃଷ୍ଟି ହୋଇଥାଏ। ଏପରି ହେଲେ ଜାତକରେ ମଙ୍ଗଳ ଗ୍ରହଙ୍କ ସ୍ଥିତି ଖରାପ ଥିବାର ସଙ୍କେତ ବୋଲି କୁହାଯାଏ। ଏହି ଲୋକଙ୍କୁ ମିଠା ଦ୍ରବ୍ୟ କମ ଖାଇବା ଉଚିତ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories