www.samajalive.in
Monday, December 8, 2025
24.1 C
Bhubaneswar

କୁମାର ପୂର୍ଣ୍ଣିମା ସାଙ୍ଗକୁ ଗଜଲକ୍ଷ୍ମୀ ପୂଜା : ସାରା ରାଜ୍ୟ ଉତ୍ସବମୁଖର

ଓଡ଼ିଶାରେ ବାର ମାସରେ ତେର ପର୍ବ। ସମସ୍ତ ପର୍ବ ମଧ୍ୟରୁ ଦୁଇଟି ପର୍ବ ବିଶେଷ ଭାବେ କେବଳ ଝିଅମାନଙ୍କ ପାଇଁ ପ୍ରସିଦ୍ଧ। ସେ ଦୁଇ ପର୍ବ ହେଉଛି ରଜ ଓ ଅନ୍ୟଟି କୁମାର ପୂର୍ଣ୍ଣିମା। ତେବେ ଏହି ଦୁଇ ପର୍ବ ମଧ୍ୟରୁ ଝିଅ ବା କୁମାରୀମାନଙ୍କ ପାଇଁ କୁମାର ପୂର୍ଣ୍ଣିମାର ଖୁବ୍‍ ମହତ୍ତ୍ୱ ରହିଛି।

ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥିରେ କୁମାରୋତ୍ସବ ପାଳିତ ହୁଏ ଓ ଏହିଦିନ ମା’ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥାଏ। ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଜହ୍ନି ଓଷା ଆଜି ଉଦ୍‍ଯାପିତ ହେବ। ଏହିଦିନ ଚୁଡ଼ା ଓ ନଡ଼ିଆରେ ମା’ଗଜଲକ୍ଷ୍ମୀଙ୍କ ଅର୍ଚ୍ଚନା କରାଯାଏ। ଏହାସହ ଚନ୍ଦ୍ର ଓ କାର୍ତ୍ତିକଙ୍କ ପୂଜା ମଧ୍ୟ କରାଯାଏ। ଘରର କୁମାରୀମାନେ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରନ୍ତି। ଗୁଆ, ଖଇ, ଫଳ, ପୁଷ୍ପର ଆଞ୍ଜୁଳି ଟେକି ସୂର୍ୟ୍ୟଙ୍କୁ ପ୍ରଣାମ କରନ୍ତି। ସନ୍ଧ୍ୟା ହେଲେ ତୁଳସୀ ଚଉରା ମୂଳରେ ଜହ୍ନି ଫୁଲରେ କୋଠି ଚାଉଳ ପିଠଉରେ ଜହ୍ନ ତିଆରି କରନ୍ତି ଏବଂ କଳସ ସ୍ଥାପନ କରି ପୂଜା କରନ୍ତି। ଜହ୍ନ ଉଇଁଲେ ଜହ୍ନିଫୁଲ, ଫଳ, ଖଇ ଆଦି ଆଞ୍ଜୁଳି ଟେକନ୍ତି। ତା’ପରେ କୁମାରପୂର୍ଣ୍ଣିମା ଗୀତ ଗାଇ ପୂଜାର୍ଚ୍ଚନା କରିଥା’ନ୍ତି।

- Advertisement -

ପୂଜା ଶେଷରେ ଗୁରୁଜନମାନଙ୍କ ଆଶୀର୍ବାଦ ନେଇ ଚାନ୍ଦ ଭୋଗ ଖାଆନ୍ତି। ଏହା କୁମାର-କୁମାରୀମାନଙ୍କ ପାଇଁ ନାଚଗୀତ ଓ ଖେଳକୁଦର ପର୍ବ। କୁମାରମାନେ ମଧ୍ୟ କବାଡି, ପଶାଖେଳ ଆଦିରେ ମଜି ରୁହନ୍ତି। କୁମାରୀମାନେ ଲୁଚକାଳି, ପୁଚି ଆଦି ଖେଳି ସାରା ରାତି ଖୁବ୍‍ ମଜା କରନ୍ତି। କୁମାରୀମାନଙ୍କ ‘କୁଆଁର ପୁନେଇଁ ଜହ୍ନ ଲୋ…’ ଗୀତରେ ପରିବେଶ ମୁଖରିତ ହୋଇପଡେ ।

ଆଜିଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ। ମା’ ଲକ୍ଷ୍ମୀ ସୌଭାଗ୍ୟ, ସୌନ୍ଦର୍ୟ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ। ତେବେ ସାରା ରାଜ୍ୟ ମା’ଙ୍କ ପୂଜାର୍ଚ୍ଚନା ପାଇଁ ଉତ୍ସବ ମୁଖର ହୋଇଛି। ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ, ତାଳଚେର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ତୋରଣ ସାଙ୍ଗକୁ ଲାଇଟ ଗେଟ ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories