ଭୁବନେଶ୍ୱର : ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ। ଅକ୍ଟୋବର ୨୮ରେ କୁମାର ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ। ଏହିଦିନ କେଉଁ ସମୟରେ ପୂଜାର୍ଚ୍ଚନା ସହ ଦେବନୀତି ହେବା ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି। ଚନ୍ଦ୍ରଗ୍ରହଣ ପଡୁଥିବାରୁ ପାକତ୍ୟାଗ ସମୟ ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ଶେଷ ହେବ।
ଚଳିତ ବର୍ଷର ଶେଷ ଚନ୍ଦଗ୍ରହଣ ୨୮ ଅକ୍ଟୋବର ବିଳମ୍ବିତ ରାତି ୧ଟା ୦୬ ମିନିଟରେ ଲାଗିବ। ରାତି ୨ଟା୨୨ରେ ଶେଷ ହେବ। ଏହା ଏକ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହାକୁ ଆଶିଂକ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଉଛି। ପାକତ୍ୟାଗ ୨୮ ଅକ୍ଟୋବର ଦିନ ୨ଟା ୫୨ ମିନିଟ୍ରୁ ଆରମ୍ଭ ହୋଇ ରାତି ୨ଟା ୨୨ ପର୍ଯ୍ୟନ୍ତ ରହିବ। ଗ୍ରହଣ ସ୍ପର୍ଶ ସମୟ ୧ଟା ୦୬ ମିନିଟ। ସର୍ବମୋକ୍ଷ ୨ଟା୨୨। ରାତି ୨ଟା ୨୨ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟ,ଦେବନୀତି ବାରଣ କରାଯାଇଛି। ଚନ୍ଦ୍ରଗ୍ରହଣ ପାଇଁ ଚନ୍ଦ୍ର ଦର୍ଶନ ପୂଜା ପାକତ୍ୟାଗ ପୂର୍ବରୁ କରିବାକୁ ପରାମର୍ଶ ଦିଆଯାଇଛି।
କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ; ଦିନରେ ଏହି ସମୟରେ ହେବ ଚାନ୍ଦ ପୂଜା
Popular Categories



