www.samajalive.in
Sunday, December 7, 2025
23.1 C
Bhubaneswar

ଚନ୍ଦ୍ରଗ୍ରହଣ : ଜାଣନ୍ତୁ କେଉଁ ସମୟରେ ଗ୍ରହଣ ସ୍ପର୍ଶ ଓ ପାକତ୍ୟାଗ..

ଅକ୍ଟୋବର ୨୮ରେ ବର୍ଷ ୨୦୨୩ର ଶେଷ ଚନ୍ଦ୍ରଗ୍ରହଣ । ଶରତ ପୂର୍ଣ୍ଣିମାର ରାତିରେ ଏହି ଚନ୍ଦ୍ରଗ୍ରହଣ ଲାଗିବ। ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଓ ସୂର୍ଯ୍ୟପରାଗ ଅମାବାସ୍ୟା ତିଥିରେ ହୋଇଥାଏ। ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୧୬ ମିନିଟ୍‌‌ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରଗ୍ରହଣରେ ପାକତ୍ୟାଗ ୯ ଘଣ୍ଟା ପୂର୍ବରୁ ହିଁ ଆରମ୍ଭ ହୋଇଥାଏ। ଏହି ସମୟରେ କିଛି କାର୍ଯ୍ୟ ବର୍ଜନୀୟ ଥାଏ। ଜାଣନ୍ତୁ ଚନ୍ଦ୍ରଗ୍ରହଣ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ..
ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ୨୮ ଅକ୍ଟୋବର ବିଳମ୍ବିତ ରାତି ୧ଟା ୦୬ ମିନିଟରେ ଲାଗିବ। ରାତି ୨ଟା୨୨ରେ ଶେଷ ହେବ। ଏହା ଏକ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ଏହାକୁ ଆଶିଂକ ଚନ୍ଦ୍ରଗ୍ରହଣ ମଧ୍ୟ କୁହାଯାଉଛି। ଗ୍ରହଣ ସ୍ପର୍ଶ ସମୟ ୧ଟା ୦୬ ମିନିଟ।ସର୍ବମୋକ୍ଷ ୨ଟା୨୨ ।
ପାକତ୍ୟାଗ ୨୮ ଅକ୍ଟୋବର ଦିନ ୨ଟା ୫୨ ମିନିଟ୍‌‌ରୁ ଆରମ୍ଭ ହୋଇ ରାତି ୨ଟା ୨୨ ପର୍ଯ୍ୟନ୍ତ ରହିବ। ଏହି ସମୟରେ କେଉଁ କାର୍ଯ୍ୟ କରିବେ ନାହିଁ..
ଏହି ସମୟରେ ଦେବନୀତି ବନ୍ଦ ରହିଥାଏ। ମନ୍ଦିରର ଦରଜା ବନ୍ଦ କରାଯିବା ସହ ଏହି ସମୟରେ ପୂଜାର୍ଚ୍ଚନା କରାଯାଏ ନାହିଁ। ମାତ୍ର ଏହି ସମୟରେ ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ। ମନ୍ତ୍ର ଜପ କରନ୍ତୁ।
ଗ୍ରହଣ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ୍‌‌ ନୁହେଁ। ଧାର୍ମିକ ମହତ୍ତ୍ୱ ଅନୁଯାୟୀ, ଏହି ସମୟରେ ଶୁଭ କାର୍ଯ୍ୟ କଲେ ଅଶୁଭ ଫଳ ମିଳିଥାଏ।
ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଭୋଜନ କରିବା ବର୍ଜନୀୟ। ମାନ୍ୟତା ଅନୁଯାୟୀ, ଏହି ସମୟରେ ଭୋଜନ କଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଏହି ସମୟରେ ଶୟନ କରିବା ଉଚିତ ନୁହେଁ। ମାତ୍ର ରୋଗଗ୍ରସ୍ତ,ବୃଦ୍ଧ ଓ ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।
ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ବିଶେଷ ଧ୍ୟାନ ଦେବା ଉଚିତ୍‌‌। ସେମାନେ ଘରୁ ବାହାରକୁ ଯିବା ଉଚିତ ନୁହେଁ। କୌଣସି ଧାରୁଆ ଜିନିଷର ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ।
ଗ୍ରହଣ ସମୟରେ ନଖ ଓ କେଶ କାଟନ୍ତୁ ନାହିଁ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories