www.samajalive.in
Friday, December 5, 2025
26.1 C
Bhubaneswar

ମୁଁ ଜାଣିଲି…କେଉଁଠୁ ଆସିଛି, କାହିଁକି ଆସିଛି – ବିଦାୟୀ ରାଜ୍ୟପାଳ ଗଣେଶୀ ଲାଲ

ଡେସ୍କ: ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲ ଆଜି ଓଡିଶାରୁ ବିଦାୟ ନେଇଛନ୍ତି। ୨୦୧୮ ମେ ୨୯ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ରଘୁବର ଦାସ। ପ୍ରଫେସର ଗଣେଶୀ ଲାଲ ହରିୟାଣାରେ ୧୯୪୧ ମସିହା ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ।

ଇଂରାଜୀରେ ସ୍ନାତ୍ତକ ଓ ଗଣିତରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ପରେ ସେ ୧୯୬୪ରୁ ୧୯୯୧ ପର୍ଯ୍ୟନ୍ତ ହରିୟାଣାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ହରିୟାଣା ସିର୍ସା ବିଧାନସଭା ଆସନରୁ ବିଧାୟକ ଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ସେ ଭାରତୀୟ ଜନତା ପାର୍ଟି ହରିୟାଣାର ଅଧ୍ୟକ୍ଷ ରହିଥିଲେ।

- Advertisement -

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଭବନ ଯାଇ ବିଦାୟୀ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ। ଆଜି ବିଦାୟ ପୂର୍ବରୁ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ମୁଁ କାହିଁକି ଆସିଛି ଓ କେଉଁଠୁ ଆସିଛି, ତାହା ଜାଣିପାରିଛି। ସେ କହିଛନ୍ତି ଯେ ଓଡ଼ିଶାବାସୀ ଅତ୍ୟନ୍ତ ଭାଗ୍ୟଶାଳୀ କାରଣ ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ସହ ରହୁଛନ୍ତି। ସେ ଏଠାରେ ବାଳକ ରୂପେ ଜନ୍ମ ନେଇଛନ୍ତି ଓ ଓଡିଶାବାସୀଙ୍କ ଭଲପାଇବା ତାଙ୍କୁ ବଡ କରିଛି ବୋଲି ସେ କହିଛନ୍ତି। ତାଙ୍କର ଏଠାରେ ପୁନର୍ଜନ୍ମ ଘଟିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଓଡିଶା ହିଁ ହେଉଛି ବସୁଧୈବ କୁଟୁମ୍ବକମର ମୁଳୁଦୁଆ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories