www.samajalive.in
Friday, December 5, 2025
16.1 C
Bhubaneswar

ଆଜି କୁମାରୀ ପାଳିବେ କୁମାର ପୂର୍ଣ୍ଣିମା

ପୁରୀ : ଶ୍ରୀମନ୍ଦିରରେ ମଙ୍ଗଳବାର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।‌ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣି କ୍ୟାଲେଣ୍ଡରରେ ଏହା ଉଲ୍ଲେଖ ରହିଛି। କିନ୍ତୁ କେତେକ ପାଞ୍ଜିରେ ସୋମବାର କୁମାର ପୂର୍ଣ୍ଣିମା ପର୍ବ ଉଲ୍ଲେଖ ଥିବାରୁ ଏହାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ଦେଖାଦେଇଥିଲା। କୁମାରୀମାନେ ସୋମବାର କି ମଙ୍ଗଳବାର କୁମାର ପୂର୍ଣ୍ଣିମା ପାଳନ କରିବେ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଥିଲା। ଏହି ବିଭ୍ରାନ୍ତିକୁ ପଞ୍ଜିକାର ଦୂର କରିଛନ୍ତି। ଆସନ୍ତା ମଙ୍ଗଳବାର ସୂର୍ଯ୍ୟୋଦୟକୁ ନେଇ ପୂର୍ଣ୍ଣିମା ତିଥି ଥିବାରୁ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। କୁମାରୀମାନେ ମଙ୍ଗଳବାର ପରିବର୍ତ୍ତେ ଆଜି ଚନ୍ଦ୍ର ଉଦୟ ବେଳକୁ ପୂର୍ଣ୍ଣିମା ତିଥି ଥିବାରୁ ଜହ୍ନି ଓଷା ଶେଷ କରି ଚନ୍ଦ୍ରପୂଜା ସହିତ କୁମାର ପୂର୍ଣ୍ଣିମା ପର୍ବ ପାଳନ କରିବେ। ସୋମବାର ଦିନ ୧୨ଟା ୨୩ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଥିବାରୁ ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳକୁ ପୂର୍ଣ୍ଣିମା ତିଥି ରହିଥିବାରୁ ଆଜି କୁମାର ପୂର୍ଣ୍ଣିମା ପର୍ବ କୁମାରୀମାନେ ପାଳନ କରିବେ। ଏନେଇ କୌଣସି ବିଭ୍ରାନ୍ତି ହେବା ଅନୁଚିତ ବୋଲି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର କହିଛନ୍ତି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories