ଅଟୋ-ତେଲଟ୍ୟାଙ୍କର ଧକ୍କା; ୩ ମୃତ ୪ ଗୁରୁତର

କୁଚିଣ୍ଡା: ଜାତୀୟ ରାଜପଥ ୪୯ ତବଲାକଟା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ତେଲ ଟ୍ୟାଙ୍କର ସହ ଅଟୋ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଗୁରୁତର ହୋଇଛନ୍ତି। ଡ୍ରାଇଭରଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଗୁରୁତର ୪ଜଣଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଅପରପାର୍ଶ୍ୱରୁ ଆସୁଥିବା ତେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଛି। ଆଜି ସମ୍ବଲପୁର ଜିଲା କୁଚିଣ୍ଡାର ଜାତୀୟ ରାଜପଥ ୪୯ ତବଲାକଟା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ଅଟୋ ଡ୍ରାଇଭର ସମେତ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡ଼ିଛି।

prayash

ସମସ୍ତ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ କ୍ଷତିପୂରଣ ଦାବି କରି କୁଚିଣ୍ଡା-ଦେବଗଡ଼ ଏନ୍‌ଏଚ୍ ରାସ୍ତା ଅବରୋଧ କରିଥିଲେ। କୁଚିଣ୍ଡା ପାର୍ଶ୍ୱରୁ ଏହି ଅଟୋ ଆସୁଥିବା ବେଳେ ଅପରପାର୍ଶ୍ୱରୁ ଦୃତଗତିରେ ଆସୁଥିବା ତେଲ ଟ୍ୟାଙ୍କର ସହ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଟୋ ଚୁରମାର ହୋଇଯାଇଛି। ଟ୍ରକକୁ ଲୋକେ ଅଟକ ରଖିଛନ୍ତି।

kalyan agarbati

Comments are closed.