କୁଅଁପାଳ : କଟକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବ୍ଲକର ବିଭିନ୍ନ ପଂଚାୟତ ମାରାଥନ ଗସ୍ତ କରି ବହୁ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ନବନିର୍ମିତ ମାହାଙ୍ଗା ମଣ୍ଡଳ ପ୍ରାଣୀ ଚିକିତ୍ସାଳୟର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ , ଉମର ବିଜୁ କଲ୍ୟାଣ ମଣ୍ଡପଏବଂ ମାହାଙ୍ଗା ଥାନା ଛକ ଜନ୍ମପୀଠ ଠାରେ ମାହାଙ୍ଗାର ସ୍ୱାଭିମାନ ତଥା ଆଦି ନାଟ୍ୟକାର ଜଗନ ମୋହନ ଲାଲଙ୍କ ବ୍ରୋଞ୍ଜରେ ନିର୍ମିତ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ବିଧାୟକ ଶ୍ରୀ ଜେନା ଉନ୍ମୋଚନ କରିଥିଲେ।
ଏଥି ସହ ମାହାଙ୍ଗା ,ଓସଙ୍ଗ ଓ ଉମର ପଂଚାୟତ ଗସ୍ତ କରି ଆମ ଓଡ଼ିଶ ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ସରକାରଙ୍କ ଦ୍ୱାରା ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଡ଼ିଓ ଅମୀୟ କୁମାର ପଣ୍ଡା, ପ୍ରାଣୀ ଚିକିତ୍ସକ ରଶ୍ମିରଂଜନ ମିଶ୍ର, ଜ୍ଞାନ ରଞ୍ଜନ ବିଶ୍ୱାଳ, ସରପଞ୍ଚ ନିହାରିକା ବିଶ୍ୱାଳ, ଆତ୍ମା ଅଧ୍ୟକ୍ଷ ଭଗବାନ ବିଶ୍ୱାଳ, ଜିଲ୍ଲାପାରିଷଦ ସଭ୍ୟ ଜଗବନ୍ଧୁ ସେଠି, ସଭ୍ୟା ସୁସ୍ମିତା ଦାସ, ନିରଞ୍ଜନ ପ୍ରଧାନ, ଜଗନ୍ନାଥ ପ୍ରଧାନ, ରାୟଗୁରୁ ଶରତ ଚନ୍ଦ୍ର ମହାପାତ୍ର, ସମାଜସେବୀ ଦେବରଂଜନ ମହାନ୍ତି, ଅକ୍ଷୟ ଷଡ଼ଙ୍ଗୀ, ରମାକାନ୍ତ ପ୍ରହରାଜ , ଅଜୟ ସାମଲ, ସୁସ୍ମିତା ମହାନ୍ତି ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ବିଶିଷ୍ଟ ବ୍ୟକ୍ତି, କ୍ରୀଡା ପ୍ରତିଯୋଗୀ, ବରିଷ୍ଠ ନାଗରିକ, ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ଆଦିନାଟ୍ୟକାର ଜଗନମୋହନ ଲାଲଙ୍କ ପ୍ରତିମୂର୍ତ୍ତି ଅନାବରଣ,ବିଧାୟକଙ୍କ ମାରାଥନ ଶିଳାନ୍ୟାସ ଓ ଉଦଘାଟନ
Popular Categories



