ତିଗିରିଆ ଏଟିଏମ ଲୁଟ୍‌‌ ଘଟଣା ; ଦେଢ କୋଟି ଲୁଟ୍‌‌, ମିଳିଲା ୬୪ ଲକ୍ଷ ୪୫ ହଜାର

କଟକ : ତିଗିରିଆରେ ଏଟିଏମ ଭ୍ୟାନ୍‌‌ରୁ ଦେଢ କୋଟି ଟଙ୍କା ଲୁଟ୍‌‌ ଘଟଣାରେ ପୁଲିସକୁ ମଙ୍ଗଳବାର ବଡ ସଫଳତା ମିଳିଛି। ଗ୍ୟାଙ୍ଗର ୭ ଜଣଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ ଗିରଫ କରିଛି। ଏହାସହ ଏମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଏବେ ମଧ୍ୟ ୨ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି ବୋଲି ଜଣାପଡିଛି। ଏଟିଏମ ଗାଡିର ୨ କର୍ମଚାରୀ ଲୁଟ୍‌‌ ଯୋଜନା କରି ସୁପାରି ଦେଇଥିଲେ। ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌‌ପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି। ଗତବର୍ଷ ନଭେମ୍ବରରେ ବନ୍ଧୁକ ମୁନରେ ଏହି ଲୁଟ୍‌‌ ହୋଇଥିଲା।

Comments are closed.