www.samajalive.in
Sunday, December 7, 2025
23.1 C
Bhubaneswar

୯୫ବର୍ଷରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ ହୋଇଛି। ମଙ୍ଗଳବାର ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବତନ ଭାରତୀୟ ଖେଳାଳି ଇରଫାନ ପଠାନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତ ୨ଦିନ ହେବ ବଡୋଦାରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି(ମଙ୍ଗଳବାର) ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ଗାଏକୱାଡ ପ୍ରଥମ କରି ବମ୍ବେ ବିଶ୍ୱବିଦ୍ୟାଳୟ ଓ ବଡୋଦା ମହାରାଜ ସୟାଜୀ ବିଶ୍ୱବିଦ୍ୟାଳୟ ପାଇଁ କ୍ରିକେଟ ଖେଳିଥିଲେ। ଏହାପରେ ୧୯୫୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ। ୧୯୫୯ରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ଗାଏକୱାଡ ଭାରତୀୟ ଟିମ୍‍ ପାଇଁ ୧୧ଟି ଟେଷ୍ଟ ଖେଳି ୩୫୦ ରନ କରିଥିଲେ।

- Advertisement -

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories