www.samajalive.in
Wednesday, December 10, 2025
18.1 C
Bhubaneswar

ଘରମାଲିକଙ୍କୁ ମରଣାନ୍ତକ ଆକ୍ରମଣ; ଲୁଟିନେଲେ ସର୍ବସ୍ବ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ାଯଇପୁର ଫାଣ୍ଡି ଅରିଲୋ ଗ୍ରାମରେ ଗୃହକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ସର୍ବସ୍ବ। ଦୁର୍ବୃତ୍ତଙ୍କ ସହ ଲଢେଇ କରି ଗୃହକର୍ତ୍ତା କିଶୋର ଚନ୍ଦ୍ର ରାଉତ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ଼ ମେଡିକଲେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ କିଶୋରଙ୍କ ପରିବାର ସଦସ୍ୟ ବନ୍ଧୁ ଘରକୁ ଯାଇଥିବାବେଳେ କିଶୋର ଏକୁଟିଆ ଘରେ ଥିଲେ। ତେବେ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରି ଆଲମୀରା ଆଦି ଭାଙ୍ଗି ଟଙ୍କା ଓ ଗହଣା ଲୁଟିଥିଲେ। କିଶୋର ଏକୁଟିଆ ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଲଢେଇ କରିଥିବାବେଳେ ସେମାନେ ଧାରୁଆ ଅସ୍ତ୍ରରେ କିଶୋରର ମୁଣ୍ଡ ଓ ପେଟକୁ ଆକ୍ରମଣ କରିଥିଲେ। ଫଳରେ କିଶୋର ସଂଜ୍ଞାହୀନ ହୋଇ ପଡିଯିବା ପରେ ଦୁର୍ବୃତ୍ତମାନେ ଘରୁ ଟଙ୍କା, ସୁନା, ରୂପା ଆଦି ମୂଲ୍ୟବାନ ଜିନିଷ ଲୁଟି ଫେରାର ହୋଇଯାଇଥିଲେ। ହେଲେ କିଶୋର ଗୁରୁତର ଅବସ୍ଥାରେ ଘରେ ପଡିରହିଥିଲେ। ସକାଳୁ ତାଙ୍କ ପୁଅ ଆସି ଘର କବାଟ ଖୋଲି ଭିତରକୁ ପଶିଲା ବେଳକୁ ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାହାଙ୍ଗା ମେଡିକାଲକୁ ନେଇଥିଲେ। ସେଠାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୁଇ ସ୍ଥାନରୁ ଲୁଟ୍ କରିଥିବା ଜଣାଯାଇଛି। ବାରମ୍ବାର ଏହି ଅଂଚଳରୁ ଚୋରି, ଲୁଟ ହେଉଥିଲେ ମଧ୍ୟ ପୁଲିସ ଚୋରମାନଙ୍କୁ ଧରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories