www.samajalive.in
Sunday, December 7, 2025
15.1 C
Bhubaneswar

ବଜେଟରେ ମନରେଗା ଅନୁଦାନ ହ୍ରାସ ପାଇ ନାହିଁ : ସୀତାରମଣ

ଡେସ୍କ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପୋଷ୍ଟ ବଜେଟ୍ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ହୋଟେଲ ମେ’ ଫେୟାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ବଜେଟରେ ମନରେଗା ଅନୁଦାନ ହ୍ରାସ ପାଇ ନାହିଁ।  ସେ କହିଛନ୍ତି ୨୦୨୩-୨୪ କେନ୍ଦ୍ର ବଜେଟ୍ ଦେଶର ଅର୍ଥନୈତିକ ବିକାଶ ଓ ଏହାର ଅଭିବୃଦ୍ଧି ଗତି ବଜାୟ ରଖିଥିବାର ସୁନିଶ୍ଚିତ କରିଛି। ଅଭିବୃଦ୍ଧିର ଗତିକୁ ବଜାୟ ରଖିବା ପାଇଁ ବଜେଟରେ ୧୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ବାବଦ ଖର୍ଚ୍ଚର ବ୍ୟବସ୍ଥା କରାଯିବା ସହ ରାଜ୍ୟଗୁଡ଼ିକୁ ସେମାନଙ୍କର ପୁଞ୍ଜି ସମ୍ବଳ ବୃଦ୍ଧି ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି । ବଜେଟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବିଷୟରେ ଉଲ୍ଲେଖକରି ସେ କହିଛନ୍ତି ପଛୁଆ ବର୍ଗ ଓ ଆଦିବାସୀ ବର୍ଗର ଲୋକମାନଙ୍କ ସମେତ ବିଭିନ୍ନ ବର୍ଗକୁ ବିକାଶ ମଧ୍ୟକୁ ଆଣିବା ଲାଗି ଗୁରୁତ୍ୱ ଦିଆଯାଇଛି । ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପ୍ରତି ଗୁରୁତ୍ୱ ଦିଆଯାଇଥିବାର ଦର୍ଶାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏ କ୍ଷେତ୍ରରେ ସମସ୍ତଙ୍କ ନିକଟରେ ମୌଳିକ ସୁବିଧା ପହଂଚାଇବା ପ୍ରତି ଅଧିକ ଆଲୋକପାତ କରାଯାଇଛି । ସେ କହିଛନ୍ତି ସରକାର ଦେଶର ୫ଶହ ଅନୁନ୍ନତ ବ୍ଲକକୁ ଚିହ୍ନଟ କରିବେ । ପୂର୍ବରୁ ୧୧୪ଟି ଅନୁନ୍ନତ ଜିଲ୍ଲାକୁ ଚିହ୍ନଟ କରାଯାଇ ସାରିଛି । ଅର୍ଥମନ୍ତ୍ରୀ କ୍ଷୁଦ୍ର-ଛୋଟ ଓ ମଧ୍ୟମ ଉଦ୍ୟୋଗ, ଯୁବ ଓ ଶ୍ରମିକମାନଙ୍କର ଦକ୍ଷତା ବୃଦ୍ଧି ଭଳି ଅନ୍ୟ ଦିଗୁଗୁଡ଼ିକ ପ୍ରତି ଗୁରୁତ୍ୱ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ ୟୁପିଏ ଓ ଏନଡିଏ ସରକାରର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି।ସଂସଦରେ ନିକଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ ସମ୍ପର୍କରେ ସେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଆଜି ସେ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟିରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories