www.samajalive.in
Saturday, December 6, 2025
15.1 C
Bhubaneswar

ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଜିଲ୍ଲା ସ୍ତରୀୟ ୫୦ତମ ଜେଆରସିର ତିନି ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଜୁନିୟର ରେଡକ୍ରସ ଓ ସହିଦ ଭଗତ ସିଂ ଡିଗ୍ରୀ କଲେଜ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡ଼ଃ ଶଙ୍କର ନାରାୟଣ ବେଜଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୁଷୋତ୍ତମପୁର ବିଇଓ ସୂର୍ୟ୍ୟନାରାୟଣ ବେହେରା ଯୋଗ ଦେଇଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼, ସରପଞ୍ଚ ବୈରାଗି ବେହେରା,ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ,ଶିବିର ନିର୍ଦ୍ଦେଶକ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ,ହିମାଂଶୁ କୁମାର ପାଟନାୟକ, ଡ଼. ବିଜୟ ଚନ୍ଦ୍ର ମହାରଣା, ଭିକାରୀ ଗୌଡ଼,ସୁରେନ୍ଦ୍ର ପଣ୍ଡା, ଲକ୍ଷ୍ମୀ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ତିନି ଧରି ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବହୁ ଉପାଦେୟତା ସହ ଅତିଥି ମାନେ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏହି କାର୍ୟ୍ୟକ୍ରମକୁ ବିଘ୍ନରାଜ ଦାଶ, ସୁଦର୍ଶନ ବେହେରା, କୃଷ୍ଣଚନ୍ଦ୍ର ସ୍ୱାଇଁ,ସିଲୁ କୁମାର ବେଜ,ସୁଧାକାର ସ୍ୱାଇଁ,ପପୁନା ସ୍ୱାଇଁ, ବିଜୟ ବେହେରା ପ୍ରମୁଖ ଶିକ୍ଷକ କାର୍ୟ୍ୟକ୍ରମ ପରିଚାଳନାରେ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories