www.samajalive.in
Monday, December 15, 2025
15.1 C
Bhubaneswar

ନୂଆ ଢ଼ଙ୍ଗରେ କଳା ଦିବସ ପାଳିବ କେଏସ୍‌ସିସି

ବଲାଙ୍ଗିର : ସବୁ ବର୍ଷ ଭଳି ଏବର୍ଷ ମଧ୍ୟ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏପ୍ରିଲ ତାରିଖରେ କଳା ଦିବସ ପାଳନ କରାଯିବ। ଏହି ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ସଂଗଠନମାନଙ୍କ ମଧ୍ୟରୁ ବିଭିନ୍ନ ଜିଲା ସଦର ମହକୁମା, ଉପଖଣ୍ଡ ବ୍ଲକ ସ୍ତରରେ କଳା ପତାକା ଉତ୍ତୋଳନ, ଗଣଧାରଣା, କଳା ବ୍ୟାଚ୍ ପରିଧାନ, ଓଡ଼ିଶା ମାନଚିତ୍ରରୁ କୋଶଳକୁ ଅଲଗା କରିବା, ଆବଶ୍ୟକ ସ୍ଥଳେ ରାସ୍ତା ଅବରୋଧ କୁଶପୁତ୍ତଳିକା ଦାହ ଇତ୍ୟାଦି କାର୍ଯ୍ୟକ୍ରମ ଜରିଆରେ ପ୍ରତିବାଦ କରାଯିବ।

  ଉଲ୍ଲେଖଯୋଗ୍ୟ ଯେ, କୋଭିଡ଼ କଟକଣା ଯୋଗୁଁ ଗଲା ବର୍ଷ ଏପ୍ରିଲ ତାରିଖରେ ନିଆରା ଢ଼ଙ୍ଗରେ କଳା ଦିବସ ପାଳନ କରାଯାଇଥିଲା। ପରିବର୍ତ୍ତିତ ପରିସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଅଧିକ ଜନାଭିମୁଖି ଢାଞ୍ଚ କରାଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟି ନିଷ୍ପତ୍ତି କରିଛି। ଏହି ଦିନ ବିଭିନ୍ନ ଜିଲା ପ୍ରତିଷ୍ଠା ଦିବସ ମଧ୍ୟ ପଡ଼ୁଥିବାରୁ ସେଭଳି ଜିଲାର ପ୍ରତିଷ୍ଠା ଦିବସ ପାଳନ ଦିନକୁ ଆଘାତ ପହଞ୍ଚାଇ ଏହି କଳା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି। ଏପ୍ରିଲ ତାରିଖରେ ସରକାରୀସ୍ତରରେ ପାଳିତ ହେଉଥିବା ଓଡ଼ିଶା ଦିବସରେ ସାମିଲ ନହେବାକୁ କୋଶଳାଞ୍ଚଳର ଜନସାଧାରଣଙ୍କୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନ ଦେଇଛି।

- Advertisement -

  ପ୍ରକାଶ ଯେ, ୧୯୩୬ ମସିହା ଏପ୍ରିଲ ତାରିଖରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଏହି ଦିନ ଜନ ସାଧାରଣଙ୍କ ସହମତି ନନେଇ ସମ୍ବଲପୁର କୋରାପୁଟ ଜିଲାକୁ ଜବରଦସ୍ତ ଓଡ଼ିଶା ମାନଚିତ୍ରରେ ସ୍ଥାନିତ କରାଯାଇଥିବା ସମାଲୋଚନା କରାଯାଇଥିଲା। ରାଜ୍ୟ ସ୍ତରୀୟ ନିଯୁକ୍ତି ଯୋଜନା ଲାଗୁ କରି ଉଗ୍ର ବେକାରୀ ସମସ୍ୟା ସୃଷ୍ଟି କରାଯାଇଛି। ଏହାଛଡ଼ା ବନ୍ଦେ ଉତ୍କଳ ଜନନୀ ଭଳି ଉପକୂଳ ଓଡ଼ିଶା ସ୍ଥାନୀୟ ସଙ୍ଗୀତକୁ କୋଶଳାଞ୍ଚଳ ଉପରେ ଲଦି ଦେଇ ରାଜ୍ୟ ସରକାର କୋଶଳାଞ୍ଚଳର ସ୍ୱାଭିମାନ ଉପରେ କୁଠାରଘାତ କରିଛି। ତେଣୁ ଏପ୍ରିଲ କଳାଦିବସ ପାଳନ ନିଷ୍ପତ୍ତିକୁ ଜୋରସୋରରେ ପାଳିତ କରିବା ପାଇଁ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସାଧାରଣ ସମ୍ପାଦକ ସୁନୀଲ କୁମାର ପୁରୋହିତ କୋଶଳାଞ୍ଚଳର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories