www.samajalive.in
Sunday, December 7, 2025
23.1 C
Bhubaneswar

୧୭ ପଞ୍ଚାୟତକୁ ଗଡ଼ିଲା କୃଷି ସଚେତନତା ରଥ

ବାଙ୍କୀ: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ଡମପଡ଼ା ବ୍ଲକରେ ଚାଷୀମାନଙ୍କୁ କୃଷିର ବିବିଧ ଯୋଜନା ଓ ସହାୟତା ସମ୍ପର୍କରେ ସଚେତନ କରିବା ପାଇଁ ବୁଧବାର ସକାଳେ କୃଷି ସଚେତନତା ରଥ ଗଡ଼଼ିବା ଆରମ୍ଭ କରିଛି। ଡମପଡ଼ା କୃଷି ସୂଚନା କେନ୍ଦ୍ର ସୌଜନ୍ୟତାରେ ସଂଚାଳିତ ରଥ ଡମପଡ଼ା ବ୍ଲକର ସମସ୍ତ ୧୭ ଗୋଟି ପଞ୍ଚାୟତରେ ୭ଦିନ ବ୍ୟାପୀ ପରିକ୍ରମା କରିବା ସମ୍ପର୍କରେ ସୂଚନା ମିଳିଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ ସବୁଜ ପତାକା ଦେଖାଇ ଏହି ରଥକୁ ଘାସିପୁଟ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ବଜାର ପ୍ରାଙ୍ଗଣରୁ ଶୁଭାରମ୍ଭ କରିଛନ୍ତି। ବ୍ଲକ କୃଷି ଅଧିକାରୀ ସୁବ୍ରତ ପାଢ଼ୀ, ସହକାରୀ କୃଷି ଅଧିକାରୀ ବି.ପି.ରୋଜାଲିନୀ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ମୀନତି ମହାପାତ୍ର, କୁଶପଙ୍ଗୀ ସରପଞ୍ଚ ନରେଶ କୁମାର ବେଉରା, ସଂଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। କୃଷି ସଚେତନତା ରଥ ପରିକ୍ରମା ସମୟରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହ ଯୋଗାଯୋଗ ରକ୍ଷା କରି କୃଷକମାନଙ୍କୁ ଅଧିକ ସଚେତନ କରିବା ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ପରାମର୍ଶ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories