www.samajalive.in
Monday, December 15, 2025
26.1 C
Bhubaneswar

କୃପାଜଳ ଇଞ୍ଜିନିୟରିଂ କଲେଜରେ ୫ଦିନିଆ ଅଧ୍ୟାପକ ପ୍ରଶିକ୍ଷଣ ଓ ବିକାଶ କର୍ମଶାଳା

ପିପିଲି : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ବେସିକ ସାଇନ୍ସ ଏଣ୍ଡ ହ୍ୟୁମାନିଟିଜ୍‌‌ ବିଭାଗ ଆନୁକୂଲ୍ୟରେ ଏବଂ କୋଲକାତା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷା, ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଏନ୍‌‌ଆଇଟିଟିଟିଆର୍‌‌) ସହଯୋଗରେ ‘ୟୁଟିଲାଇଜେସନ ଅଫ୍‌‌ ଇନ୍‌‌ଷ୍ଟ୍ରକ୍ସନାଲ ମିଡିଆ ଆଣ୍ଡ ସିଏଆଇ ଇନ୍‌‌ ଇଫେକ୍ଟିଭ୍‌‌ ଟିଚିଙ୍ଗ’ ଶୀର୍ଷକ ଏକ ୫ଦିନିଆ ଅଧ୍ୟାପକ ପ୍ରଶିକ୍ଷଣ ଓ ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏନ୍‌‌ଆଇଟିଟିଟିଆର୍‌‌ ର ପ୍ରଫେସର ଡ଼ଃ ସୁବ୍ରତ ଚଟ୍ଟୋପାଧ୍ୟାୟ, କୃପାଜଳ ଇଞ୍ଜିନିୟରିଂ କଲେଜର ପ୍ରତିଷ୍ଠାତା ଡ଼ଃ ଭବାନୀ ଚରଣ ରଥ, ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ଭିରେନ କୁମାର ରଥ, ନିର୍ଦ୍ଦେଶିକା ଶ୍ୱେତା ଖଣ୍ଡେଲୱାଲ, କଲେଜର ଅଧ୍ୟକ୍ଷ ଡ଼ଃ ଦିଲିପ କୁମାର ବିଶ୍ୱାଳ, ପ୍ରଫେସର ଡ଼ଃ ଜଗଦିଶ ଚନ୍ଦ୍ର ପତି, ପ୍ରଫେସର ସ୍ମୃତିଶ୍ରୀ ଅପରାଜିତା, ପ୍ରଫେସର ଡ଼ଃ ସାଗରିକା ଲେଙ୍କା, ପ୍ରଫେସର ଶୁଭ୍ରକାନ୍ତ ପାଲ, ଉତ୍କଳ ରଞ୍ଜନ ଦାଶ, ଶଙ୍କର ମହାନ୍ତି ପ୍ରମୁଖ ଏହି କର୍ମଶାଳାରେ ଯୋଗଦେଇ ଶିକ୍ଷାଦାନ ଏବଂ ଶିକ୍ଷା ପ୍ରକ୍ରିୟାରେ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ମିଡିଆ ଏବଂ କମ୍ପୁଟର ସହାୟକ ନିର୍ଦ୍ଦେଶକୁ କିପରି ଉପଯୋଗ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଅଧ୍ୟାପକ, ଅଧ୍ୟାପିକାଙ୍କ ପାଇଁ ଏକାନ୍ତ ଉପାଦେୟ ବୋଲି କୃପାଜଳ ପ୍ରତିଷ୍ଠାତା ଡ଼ଃ ଭବାନୀ ଚରଣ ରଥ ମତ ପ୍ରକାଶ କରିଥିଲେ। ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୯୧ଜଣ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories