www.samajalive.in
Monday, December 15, 2025
27.1 C
Bhubaneswar

ଝାରସୁଗୁଡା ଗଲେ କଳାହାଣ୍ଡିର ୬ କରାଟେ ପ୍ରତିଯୋଗୀ

ଲାଞ୍ଜିଗଡ : ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲରେ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୬ ଜଣ କରାଟେ ପ୍ରତିଯୋଗୀ ଝାରସୁଗୁଡା ଗସ୍ତ କରିଛନ୍ତି । ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତିୟ ବିଦ୍ୟାଳୟର। ବାଳକ ବିଭାଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ, ହିତେସ କୁମାର ମହାଖୁଡ଼, କିରନ ବେମାଲ, ଲୋକେଶ କୁମାର ମହାଖୁଡ଼ ରହିଛନ୍ତି। ସେହିପରି ବାଳିକା ବିଭାଗରେ ଅର୍ପିତା ବାଡ଼ତିଆ ଓ ଅଦ୍ୟାସା ପ୍ରିୟଦର୍ଶୀ ଦାସଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି। ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପକ୍ଷରୁ ଏହି କରାଟେ ପ୍ରଶିକ୍ଷଣ ଶିବିର ଚାଲି ଆସୁଥିବା ବେଳେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ ତାଲିମ ପ୍ରଦାନ କରୁଛନ୍ତି । କୋଚ୍ ଶ୍ରୀ ମହାଖୁଡ଼ ଏବଂ ଟିମ ମ୍ୟାନେଜର ଭାବେ ଡିଏଭି ବେଦାନ୍ତ ଅନ୍ତର୍ଜାତିୟ ବିଦ୍ୟାଳୟର ଶିକ୍ଷକ ଆମର ଜ୍ୟୋତି ସାହୁଙ୍କ ସହିତ ଏହି ପ୍ରତିଯୋଗୀମାନଙ୍କ ସହ ଗସ୍ତ କରିଛନ୍ତି। ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ ଗସ୍ତ କରିଥିବା ବେଳେ ଖେଳାଳିଙ୍କୁ ବେଦାନ୍ତ ଆଲୁମିନା ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିଫ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories