BJD Bijuli 480×75 Mob

ସାମ୍ବାଦିକାଙ୍କୁ ମାଡ ମାରିବା ମାମଲା : ଟୁଟୁ ନାୟକ ଗିରଫ

BJD Bijuli 480×75 Mob

ଭୁବନେଶ୍ୱର : ଶେଷରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି। ସାମ୍ବାଦିକାଙ୍କୁ ମାଡ ମାରିବା ମାମଲାରେ ପୁଲିସ ଶନିବାର ତାଙ୍କୁ ଥାନାକୁ ଆଣିଥିଲା। ଖାରବେଳନଗର ଥାନାରେ ତାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି । ଜୋନ-୧ ଏସିପି ମାନସ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି ।

ତାଙ୍କ ବିରୋଧରେ ଦଫା ୨୯୪, ୩୫୪, ୩୨୩ରେ ମାମଲା ରୁଜୁ କରାଯାଇଛି । ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କୁ ଅସଦାଚରଣ ଓ ମହିଳାଙ୍କ ଶରୀରକୁ ଆଘାତ ଦେବା ଅଭିଯୋଗରେ ସଂଜୟ ନାୟକ(ଟୁଟୁ)ଙ୍କୁ ଗିରଫ କରାଯାଇଛି।

୧୬୧ରେ ଟୁଟୁ ନାୟକଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ସାକ୍ଷୀଙ୍କ ବୟାନ ଓ ଭିଡିଓ ପୁଟେଜ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଖାରବେଳନଗର ଥାନା ଆଇଆଇସି କହିଛନ୍ତି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଖାରବେଳ ନଗର ଥାନାରେ ଦେବସ୍ମିତା ରାଉତ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଟୁଟୁଙ୍କ ବିରୋଧରେ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ। ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.