www.samajalive.in
Sunday, December 14, 2025
19.1 C
Bhubaneswar

କୃଷି ଓଡ଼ିଶା -୨୦୨୧ ଉଦ୍‌ଘାଟିତ : ସଫଳ ଚାଷୀ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛନ୍ତି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କ ଦକ୍ଷତା ଓ ସଫଳତାକୁ ପାଳନ କରିବା ପାଇଁ କୃଷି ଓଡିଶା ସୁଯୋଗ ସୃଷ୍ଟି କରିଛି। ଓଡିଶାର ଚାଷୀମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଛନ୍ତି। ଖୁସିର କଥା ଆମଚାଷୀଭାଇଙ୍କ ସଫଳତାର କାହାଣୀ ଆଜିକାଲି ଖବରକାଗଜର ଶିରୋନାମା ପାଲଟିଛି। ଏପରିକି କେତେକ ସ୍ଥାନରେ ଉଚ୍ଚ ବେତନର ଚାକିରି ଛାଡି ଯୁବପୀଢୀ ଚାଷ ପ୍ରତି ଆଗ୍ରହୀ େହଉଛନ୍ତି। ବିେଶଷ କରି ଉଦ୍ୟାନ କୃଷି ଫସଲ ଅଧିକ ଲାଭଜନକ ହୋଇ ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି (ଏଫଆଇସିସିଆଇ) ସହଯୋଗିତାରେ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଅନୁଷ୍ଠିତ କୃଷି ଓଡିଶା ମହୋତ୍ସବ ୨୦୨୧କୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।
ମିଲେଟ ମିଶନ ମାଧ୍ୟମରେ ଓଡିଶା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଛି। କଳାହାଣ୍ଡିର ଚାଷୀ ମାଛ ଚାଷରେ ସାରା ଦେଶରେ ପ୍ରଥମ ହୋଇଛି। ଓଡିଶାର ଚାଷୀ ଭାଇ ଭଉଣୀଙ୍କ ସଫଳତା ପାଇଁ ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କରୋନା ଦେଶର ଅର୍ଥନୀତିକୁ ବିେଶଷ ଭାବେ ପ୍ରଭାବିତ ହୋଇଥିଲା ବେଳେ କୃଷି କ୍ଷେତ୍ର ହିଁ ଅର୍ଥନୀତି ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇଛି। ଚାଷୀଙ୍କ ପରିଶ୍ରମ ଓ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ଚାଷୀ କିପରି ତା ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବ, ଠିକ ସମୟରେ ସାର, ବିହନ, ଋଣ ସହାୟତା ଉପରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ବ େଦଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୨୦ହଜାର େକାଟିରୁ ଅଧିକ ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଛି। କାଳିଆ େଯାଜନାରେ ଚାଷୀଙ୍କୁ ୧୨୭୨ େକାଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଲଢେଇ ଜାରି ରହିଛି ଓ ରହିବ। ବର୍ତ୍ତମାନ କରୋନା ଲାଗି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଚାଷୀମାନେ ଟୀକା ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ୫ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ‘କୃଷି ଓଡ଼ିଶା’ରେ ମୋଟ ୧୬୦ ଟି ମଣ୍ଡପ ପ୍ରଦର୍ଶିତ ହେବ। ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେଉଛି ୧୦ଟି ବିଷୟବସ୍ତୁ ଉପରେ କୃଷକ, କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକଙ୍କ ସହ ଆଲୋଚନାଚକ୍ର। ଏହି ଅବସରରେ ରାଜ୍ୟର ୩୦ଟି ଜିଲାରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବିଭାଗୀୟ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ ସ୍ବାଗତ ଭାଷଣl ଦେଇଥିଲେ। ଫିକିରସେକ୍ରେଟାରୀ ଜେନେରାଲ ଦୀଲିପ ଚେନୋଏ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦକ କମିଶନର ରାଜ କୁମାର ଶର୍ମା ପ୍ରମୁଖ ଯୋଗ ଦେଇଥିଲା ବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଆର. ରଘୁପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲାରୁ ଶତାଧିକ ଚାଷୀଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories