www.samajalive.in
Monday, December 15, 2025
16.1 C
Bhubaneswar

କ୍ଷୀରୋଦ ସାହୁଙ୍କୁ ଶମ୍ଭାବୀ ପୁରସ୍କାର ୨୦୨୧

ଭୁବନେଶ୍ବର : ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସାମାଜିକ ପରିବର୍ତ୍ତନର ସୂତ୍ରଧରଙ୍କୁ ସ୍ୱୀକୃତି ପ୍ରଦାନ ଓ ଅନ୍ୟମାନଙ୍କୁ ସେମାନଙ୍କର ମାର୍ଗ ଅନୁସରଣ ନିମନ୍ତେ ପ୍ରୋତ୍ସାହିତ ଉଦେଶ୍ୟରେ ପ୍ରଦାନ କରାଯାଉଥିବା ଶମ୍ଭାବୀ ପୁରସ୍କାର ଚଳିତ ବର୍ଷ ଅନୁଗୁଳ ଜିଲାର କ୍ଷୀେରାଦ ସାହୁଙ୍କୁ ପ୍ରଦାନ କରାଯାଇଛି।
ବିଆଇପିଏଫର ଟ୍ରଷ୍ଟି ଓ ୟୁଏମଏସଏଲ୍ ଲିମିଟେଡ଼ର ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ପାରମିତା ପଣ୍ଡା ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଶ୍ରୀ ସାହୁ ମାତ୍ର ୧୨ ବର୍ଷ ବୟସରୁ ଜନସେବା କାମ ଆରମ୍ଭ କରିଥିଲେ। ତାଙ୍କ ଉଦ୍ୟମରେ ରକ୍ତଦାନ ଶିବିର ମାଧ୍ୟମରେ ଶହ ଶହ ରୋଗୀ ଓ ଥାଲାସେମିଆ ଶିଶୁମାନେ ସହାୟତା ପାଇ ପାରିଛନ୍ତି। ସେ ମଧ୍ୟ ଜଣେ ୨୮ ବର୍ଷିଆ ମହିଳାଙ୍କ ଲାଗି ଦୁର୍ଲ୍ଲଭ ‘ବମ୍ବେ ଫେନୋଟାଇପ୍’ର କ୍ତ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ବିଗତ କିଛି ବର୍ଷ ଧରି ସେ ଛୋଟ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରୁଛନ୍ତି। ପୁରସ୍କାର ବାବଦରେ ଶ୍ରୀ ସାହୁଙ୍କୁ ସ୍ମାରକ, ପ୍ରଶଂସା ପତ୍ର ଓ ଅଢ଼େଇ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି। େସହିପରି ଜୁରି କମେଣ୍ଡେସନ ସାର୍ଟିଫିକେଟ ନିବେଦିତା ଲେଙ୍କାକୁ ପ୍ରଦାନ କରାଯାଇଛି। ଯଶୋଦା ମା’ ଭାବରେ ଜଣାଶୁଣା ଶ୍ରୀମତୀ ଲେଙ୍କା ୧୦୦ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିଛନ୍ତି। ତାଙ୍କ ପରାମର୍ଶ ଓ ତତ୍ତ୍ବାବଧାନରେ ଅନେକ ପିଲା ପାଠରେ ସଫଳତା ହାସଲ କରି ନିଜର ଜୀବିକା ନିର୍ବାହରେ ସକ୍ଷମ ହୋଇ ପାରିଛନ୍ତି।
ଶ୍ରୀମତୀ ଲେଙ୍କାଙ୍କୁ ଫାଉଣ୍ଡେସନର ଟ୍ରଷ୍ଟି ଅରବିନ୍ଦ ବେହେରା ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବାବଦରେ ପ୍ରଶଂସାପତ୍ର ଓ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଟ୍ରଷ୍ଟି ପାରମିତା ପଣ୍ଡା କହିଛନ୍ତି ଯେ, ନିଃସ୍ୱାର୍ଥପର ହେଲେ ଯାଇ ଜଣେ ସମାଜ ପାଇଁ କିଛି କରିବାରେ ସକ୍ଷମ ହୋଇପାରିବ। କଠିନ ପରିଶ୍ରମ, ଦୃଢ଼ ଇଚ୍ଛା ଶକ୍ତି, ଉଲ୍ଲେଖନୀୟ ଅବଦାନ, ପରିବର୍ତ୍ତନର ଆବାହକ, ସମାଜର ରୋଲ୍ ମଡେଲ୍ ଭାବରେ ଶ୍ରୀ ସାହୁ ଓ ଶ୍ରୀମତୀ ନିବେଦିତ ଲେଙ୍କାଙ୍କ ପାଇଁ ଏହା ହେଉଛି ସେମାନଙ୍କର ଦୀର୍ଘ ଯାତ୍ରାର ମାଇଲଖୁଣ୍ଟ। ଏହି କାର୍ଯ୍ୟକ୍ରମରେ ନାଇଜର ନିର୍ଦେଶକ ଡା. ସୁଧାକର ପଣ୍ଡା, ବିଆଇପିଏଫର ମୁଖ୍ୟ କାର୍ଯ୍ୟନିର୍ବାହୀ ଶୈଫାଲିକା ପଣ୍ଡା ପ୍ରମୁଖ ଭର୍ଚୁଆଲ ମାଧ୍ୟମରେ େଯାଗ େଦଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ବସନ୍ତ କୁମାର, ଟି.ସି. ହୋତା, ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories