www.samajalive.in
Sunday, December 14, 2025
23.1 C
Bhubaneswar

୩ୟ ଟି-୨୦ ଆଜି ; ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଦଳ

ଅହମ୍ମଦାବାଦ : ବିଶ୍ବରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ଇଂଲଣ୍ଡ ୫ ଦିନ ମଧ୍ୟରେ ୩ୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏବେ ସୁଦ୍ଧା ଉଭୟ ଦଳ ୨ଟି ମୁକାବିଲା ଖେଳିଥିଲେ ହେଁ କେଉଁ ଦଳ ଶକ୍ତିଶାଳୀ; ତ’ର ଆକଳନ କଷ୍ଟକର। ପ୍ରଥମ ଟ୍ବେଣ୍ଟି୨୦କୁ ଇଂଲଣ୍ଡ ସହଜରେ ଜିତିଥିବା ବେଳେ ୨ୟ ମ୍ୟାଚ୍‌ ଜିତିବା ପାଇଁ ଭାରତୀୟ ଦଳକୁ ଝାଳ ବୁହାଇବାକୁ ପଡ଼ିନାହିଁ। ମଙ୍ଗଳବାର ଏଠାରେ ୩ୟ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏହାକୁ ଜିତି ସିରିଜ୍‌ରେ ଆଗୁଆ ହେବା ଲକ୍ଷ୍ୟରେ ଉଭୟ ଦଳ ରହିବେ। ଇଓନ୍ ମୋର୍ଗାନ୍‌ଙ୍କ ନେତୃତ୍ବାଧୀନ ଇଂଲଣ୍ଡ ବିଶ୍ବର ୧ନଂ ଟି-୨୦ ଦଳର ମାନ୍ୟତା ପାଇଥିବା ବେଳେ ଏଥିରେ ଟି୨୦ ବିଶେଷଜ୍ଞ ଖେଳାଳି ଭରି ରହିଛନ୍ତି। ଭାରତ ଯେଉଁ ନୀତିରେ ୨୦୦୭ ଟି-୨୦ ବିଶ୍ବକପ୍‌ରେ ଚମ୍ପିଆନ୍ ହୋଇଥିଲା; ଏବେ ଚଳିତବର୍ଷର ବିଶ୍ବକପ୍‌କୁ ଦେଖି ଭାରତ ସମାନ ନୀତି ଆପଣେଇଛି। ତାହା ହେଉଛି ଯୁବ ଖେଳାଳିଙ୍କୁ ଗୁରୁତ୍ବ ଦେବା।
ଭାରତୀୟ ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ କିଛି ଅଭିଜ୍ଞ ଖେଳାଳି ମଧ୍ୟ ଅଛନ୍ତି। ଏହାର ସୁଫଳ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ବିଶ୍ବର ସଫଳତମ ଟ୍ବେଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ଓ ଟ୍ବେଣ୍ଟି୨୦ ପଦାର୍ପଣ କରିଥିବା ଇଶାନ୍ କିଷନ୍‌ ଭାରତୀୟ ବିଜୟର ବିନ୍ଧାଣୀ ସାଜିଥିଲେ। ଦୁହେଁ ୯୪ ରନ୍ ଯୋଡ଼ିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ବାମହାତି କିଷନ୍‌ଙ୍କ ନିର୍ଭିକ ବ୍ୟାଟିଂ ତାଙ୍କୁ ଭବିଷ୍ୟତର ତାରକାର ମାନ୍ୟତା ଦେଇଛି। ଏହାସହ ଭାରତ ଗତ ୨ଟି ସିରିଜ୍‌ (​ଟେଷ୍ଟ)ରେ ପ୍ରଥମ ମ୍ୟାଚ୍‌ ହାରି ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କରିଛି। ଚଳିତ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତ ଏପରି କରିଥିବା ବେଳେ ଆଗାମୀ ମ୍ୟାଚ୍‌ରେ ଏପରି ଧାରା ବଜାୟ ରଖିବାକୁ ବିରାଟ ସେନା ଲକ୍ଷ୍ୟ ରଖିଛି। ଇଂଲଣ୍ଡ ଦଳରେ ଟ୍ବେଣ୍ଟି୨୦ ବିଶେଷଜ୍ଞଙ୍କ ଉପସ୍ଥିତି ଯୋଗୁଁ ଏହାକୁ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍ ପାଇଁ ଇଂଲଣ୍ଡକୁ ଫେଭରିଟ୍‌ ବୋଲି କୋହଲି ଘୋଷଣା କରି ସାରିଲେଣି।
ପ୍ରଥମ ୨ଟି ଟ୍ବେଣ୍ଟି-୨୦ କଳାମାଟିର ପିଚ୍‌ରେ ଖେଳା ଯାଇଥିବା ବେଳେ ଏଥିରେ ବ୍ୟାଟ୍‌ସମ୍ୟାନଙ୍କୁ ସହାୟତା ମିଳିଥିଲା। ହେଲେ ୩ୟ ଟ୍ବେଣ୍ଟି୨୦ ଟେଷ୍ଟ ମ୍ୟାଚ୍ ପରି ଲାଲ୍ ମାଟିର ପିଚ୍‌ରେ ଖେଳାଯିବ। ଫଳ‌େ‌ର ଏଥିରେ ସ୍ପିନରଙ୍କୁ ଅଧିକ ସହାୟତା ମିଳିବ। ଭାରତ ୨ ଜଣ ସ୍ପିନରଙ୍କୁ ଖେଳାଉଥିବା ବେଳେ ଇଂଲଣ୍ଡ ଅତିରିକ୍ତ ସ୍ପିନର ଭାବେ ମୋଇନ୍ ଅଲୀଙ୍କୁ ଖେଳାଇପାରେ। ଫଳରେ ମାର୍କ ଉଡ୍‌ ଓ କ୍ରିସ୍ ଜୋର୍ଡାନ୍‌ଙ୍କ ମଧ୍ୟରୁ ଜଣେ ଖେଳିବେ। ଆଇପିଏଲ୍‌ ଖେଳୁଥିବା ମୋଇନ୍ ଭାରତୀୟ ବାତାବରଣ ସହ ବେଶ୍ ପରିଚିତ। ପୁଣି ସେ ଖେଳିଥିବା ଏକମାତ୍ର ଟେଷ୍ଟମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ଭାରତ ଦଳରେ ଗୋଟିଏ ପରିବର୍ତ୍ତନ କରିପାରେ। ପ୍ରଥମ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ରୋହିତ ଶର୍ମାଙ୍କୁ ୨ଟି ମ୍ୟାଚ୍‌ ପାଇଁ ବିଶ୍ରାମ ଦିଆଯାଇଛି। ଗତ ୨ଟିଯାକ ମ୍ୟାଚ୍‌ରେ ବିଫଳ ହୋଇଥିବା ଓପ୍‌ନର କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ରୋହିତ ଖେଳିପାରନ୍ତି। ୨ୟ ମ୍ୟାଚ୍‌ରେ ପରାସ୍ତହେବା ପରେ ୩ୟ ମ୍ୟାଚ୍‌ରେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ଆକ୍ରମଣାତ୍ମକ ବ୍ୟାଟିଂକରି ଭାରତୀୟ ବୋଲରଙ୍କୁ ଚାପରେ ପକାଇବାର ପ୍ରୟାସ କରିବେ। ତେବେ ସ୍ପିନ୍ ଉପଯୋଗୀ ପିଚ୍‌ରେ ସେମାନେ କେତେ ସଫଳ ହେଉଛନ୍ତି; ତାହା ଦେଖିବାକୁ ବାକିରହିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories