www.samajalive.in
Sunday, December 14, 2025
18.1 C
Bhubaneswar

କୋଭିଡ୍‌ ଚିକିତ୍ସା ତଥ୍ୟ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ : ଘରୋଇ ହସ୍‌ପିଟାଲ ଖର୍ଚ୍ଚ ୪୮୦ କୋଟି

-ବଲାଙ୍ଗିରକୁ ମିଳିନି ଟଙ୍କାଟିଏ, -କଟକରେ ପ୍ରତି ଆକ୍ରାନ୍ତଙ୍କ ପିଛା ୧୬,୨୭୯ ଟଙ୍କା ଖର୍ଚ୍ଚ

ଭୁବନେଶ୍ୱର : କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଘରୋଇ କୋଭିଡ଼ ହସ୍ପିଟାଲ ଓ ଏହାର ଆନୁଷଙ୍ଗିକ ଖର୍ଚ୍ଚ ବାବଦକୁ ସରକାରଙ୍କୁ ୪୭୯ କୋଟି ୯୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବହନ କରିବାକୁ ପଡ଼ିବ। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ୬୬୨ ଟଙ୍କା ଘରୋଇ ହସ୍ପିଟାଲ ଗୁଡିକୁ ଦିଆଯାଇଛି। ତେବେ କେବଳ ୩୩ଟି ଘରୋଇ ହସ୍ପିଟାଲକୁ ଏହି ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ସବୁଠାରୁ ବଡ଼କଥା ହେଲା ବଲାଙ୍ଗୀର ଜିଲାବାସୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା କୋଭିଡ଼ ହସ୍ପିଟାଲକୁ କୌଣସି ଟଙ୍କାଟିଏ ଦିଆଯାଇନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଦର୍ଶାଇଛନ୍ତି।
ବିଧାୟକ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ, କୋଭିଡ଼ ପରିଚାଳନା ପାଇଁ ସର୍ବାଧିକ ୩୮ କୋଟି ୪୦ ଲକ୍ଷ ଟଙ୍କା ଖୋର୍ଦ୍ଧା ଜିଲାର ଘରୋଇ ହସ୍ପିଟାଲ କିମ୍ସ ହସ୍ପିଟାଲକୁ ଦିଆଯାଇଥିବା ବେଳେ ଏହାପଛକୁ ରହିଛି ସମ୍ ହସ୍ପିଟାଲର ୨୮କୋଟି, ଯାଜପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲକୁ ୨୪ କୋଟି ଏବଂ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲକୁ ୨୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯାଇଛି। ମୋଟ ୫୯ କୋଟି ୪୧ ଲକ୍ଷ ଟଙ୍କା ଭୁବନେଶ୍ୱର କିମ୍ସ ଖର୍ଚ୍ଚ କରିଥିବା ଦର୍ଶାଇଥିବା ବେଳେ ଏଯାଏଁ ଦିଆଯାଇଛି ୩୮.୪୦ କୋଟି ଟଙ୍କା। ସେହିପରି ଭୁବନେଶ୍ୱର ସମ୍ ହସ୍ପିଟାଲ୍ ୫୮ କୋଟି ୫୯ ଲକ୍ଷ ଟଙ୍କା ଦାବି କରିଥିବାବେଳେ କଟକ ଅଶ୍ୱିନୀ ହସ୍ପିଟାଲ୍ ବିଲ୍ ୩୨ କୋଟି ୩୫ ଲକ୍ଷ ହୋଇଥିବା ଜଣାପଡିଛି।
ତେବେ ବଲାଙ୍ଗୀରରେ କିସ୍ ପରିସରରେ ପ୍ରସ୍ତୁତ ହୋଇଥିବା କୋଭିଡ଼ ହସ୍ପିଟାଲ ୧୬କୋଟି ୩୯ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲେ ହେଁ ଟଙ୍କାଟିଏ ବି ଅଦ୍ୟାବଧି ଦିଆଯାଇନାହିଁ। ଅନ୍ୟପକ୍ଷରେ କେବଳ କଟକ ମହାନଗର ଅଞ୍ଚଳରେ କୋଭିଡ୍ ଆକ୍ରାନ୍ତ ପ୍ରତି ବ୍ୟକ୍ତିଙ୍କ ପିଛା ୧୬ ହଜାର ୨୭୯ ଟଙ୍କା ଖର୍ଚ୍ଚ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି।
ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ଚଳିତବର୍ଷ ଫେବୃଆରୀ ୧୩ ସୁଦ୍ଧା ୮୦ଲକ୍ଷ ୨୩ହଜାର ୯୭୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିରେ ୧୬.୯୭ଲକ୍ଷରୁ ଊର୍ଦ୍ଧ୍ବ ଆରଟିପିସିଆର ପରୀକ୍ଷା ରହିଥିବାବେଳେ ୬୨ଲକ୍ଷ ୯୯ହଜାର ୭୧୬ ଆଣ୍ଟିଜେନ୍ ଟେଷ୍ଟ ରହିଛି। ସେହିପରି ୩ଲକ୍ଷ ୩୬ହଜାର ୧୭୪ ସଂକ୍ରମିତଙ୍କ ମଧ୍ୟରୁ ୩ଲକ୍ଷ ୩୩ ହଜାର ୪୫୧ ଆକ୍ରାନ୍ତ ଉକ୍ତ ଅବଧି ମଧ୍ୟରେ ସୁସ୍ଥ ହୋଇ ଫେରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories