www.samajalive.in
Sunday, December 7, 2025
26.1 C
Bhubaneswar

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସୋନୁ ସୁଦଙ୍କୁ ଭେଟିଲେ ଲମତାପୁଟର ଦୁଇ ଭଉଣୀ

କୋରାପୁଟ: ଚିକିତ୍ସା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ କି ସରକାରି ସହାୟତା ନାହିଁ ଓ ଶେଷରେ ଓଡ଼ିଶା ସରକାରଙ୍କ ଉପରେ ଭରସା ନ ପାଇବାରୁ ସୁଦୂର ମୁମ୍ବାଇ ଯାଇ ଅଭିନେତା ତଥା ଲୋକଙ୍କୁ ସାହାଯ୍ୟ କରୁଥିବା ଚଳଚିତ୍ର ତାରକା ସୋନୁ ସୁଦଙ୍କୁ ଭେଟିଛନ୍ତି କୋରାପୁଟ ଜିଲ୍ଲାର ଲମତାପୁଟର ଚର୍ଚ୍ଚିତ ଦୁଇ ଭଉଣୀ ପାର୍ବତୀ ମାଝି ଓ ଦଇମତି ମାଝି। କୋରାପୁଟ ଜିଲ୍ଲାରୁ ସେମାନଙ୍କର ସଂଘର୍ଷର କାହାଣୀ ଯାଇ ପହଞ୍ଚିଛି ଭୁବନେଶ୍ୱରରେ। ସେମାନେ ଦାବି ପୂରଣ ଓ ନ୍ୟାୟ ପାଇଁ ଦୀର୍ଘ ପାଞ୍ଚ ବର୍ଷ ପାଞ୍ଚ ମାସ ଧରି ରାଜଧାନୀର ଗାନ୍ଧୀ ମାର୍ଗରେ ଧାରଣାରତ ଅଛନ୍ତି। ସେମାନେ ମୁମ୍ବାଇ ଅଭିମୁଖେ ଯିବା ପୂର୍ବରୁ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ଜଣାଇଥିଲେ ଯେଉଁଥିରେ ସେମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଦଳର ଲୋକେ ଧାରଣାସ୍ଥଳରେ ହଇରାଣ ହରକତ କରୁଥିଲେ। ଏହା ପରେ ଗଣମାଧ୍ୟମ ଓ ପୁଲିସ ହସ୍ତକ୍ଷେପ ପରେ କଡ଼ା ସୁରକ୍ଷାରେ ନିଜ ନାର୍ଯ୍ୟ ଦାବି ପାଇଁ ଧାରଣାରେ ବସି ରହିଛନ୍ତି।

ଏ ଭିତରେ ତାଙ୍କର ସାନ ଭଉଣୀ ଦଇମତି ମାଝିର ଦେହ ଭୀଷଣ ଖରାପ ହେବା ସହ ପେଟ ଭିତରେ ମାଂସ ପିଣ୍ଡୁଳା ବୃଦ୍ଧ ପାଇବାରେ ଲାଗିଛି। ଏଥି ପାଇଁ ଅପରେସନ ନିମନ୍ତେ ୮୦ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ। ଏହି ଧାରଣାସ୍ଥଳରେ ସବୁ ଜିନିଷ ପତ୍ର ଛାଡ଼ି ଡିସିପିଙ୍କୁ ଜଣାଇ ଚିକିତ୍ସା ଆଶାରେ ମୁମ୍ବାଇ ଚାଲିଯାଇଥିଲେ। ଇଣ୍ଟରନେଟରୁ ସୋନୁ ସୁଦଙ୍କ ଠିକଣା ଖୋଜି ରେଳରୁ ଓହ୍ଲାଇ ଚାଲି ଚାଲି ତାଙ୍କର ଯମୁନା ନଗର, ଲାଖେଣ୍ଡୱାଲା ଅଂଧେରୀ ୱେଷ୍ଟ ଘରେ ପହଞ୍ଚିଥିଲେ। ସୋନୁ ସୂଦ ତାଙ୍କ ସହ ବହୁ ସମୟ ଆଲୋଚନା କରିଥିଲେ ଓ ଗୁଜୁରାଟର ଏକ ମେଡିକାଲରେ ଅପରେସନ କରାଇ ଦେବା କହିବା ପରେ ଦୁଇ ଭଉଣୀ ଓଡ଼ିଶା ନିକଟସ୍ଥ କୌଣସି ମେଡିକାଲରେ କରିଦେବାକୁ ଅନୁରୋଧ କରିଥିଲେ ଓ ସୋନୁ ସହମତ ହୋଇ ଥିଲେ ଏବଂ ଅତି ଶୀଘ୍ର ଏହି ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଛନ୍ତି। ତେବେ ସେମାନେ ପୁଣି ଥରେ ଫେରି ଧାରଣାସ୍ଥଳରେ ନିଜ ଦାବୀ ନେଇ ଧାରଣାରତ ରହିବେ ବୋଲି କହିଛନ୍ତି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories