www.samajalive.in
Sunday, December 7, 2025
26.1 C
Bhubaneswar

ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା

କୋରାପୁଟ : ସୀମାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା ଓ କୋଟିଆ ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାବେଳେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏ ନେଇ ସେ ଘୋଷଣା କରିବା ସହ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ କୋଟିଆର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ସୀମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ  କରିଛନ୍ତି। ରାଜରାସ୍ତା, ମୋବାଇଲ୍‍ ସେବା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଓଡ଼ିଶା ସରକାର ସୀମାନ୍ତବାସୀଙ୍କୁ ଅବହେଳା କରି ଚାଲିଥିବାବେଳେ ଏସବୁର ସୁଯୋଗ ନେଇ ଆନ୍ଧ୍ର ସରକାର ଲୋଭ ଦେଖାଉଥିବା ଓ ସୁବିଧା ଖୋଜି ସୀମାନ୍ତବାସୀ ଆନ୍ଧ୍ର ମୁହାଁ ହେଉଥିବା, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ପଡ଼ୋଶୀ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଆମ ସରକାର ଭତ୍ତା କମ ଦେଉଥିବାବେଳେ ଆନ୍ଧ୍ର ସରକାର ଅଧିକ ଦେଉଛନ୍ତି, ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତି ଆମ ସରକାର ଅଣଦେଖା କରୁଥିବାବେଳେ ସେପଟୁ ଦ୍ୱାର ମୁହଁରେ ପହଞ୍ଚୁଛି ବିକାଶ, ଧାନ ବିକ୍ରି ପାଇଁ ଆମ ଚାଷୀଙ୍କୁ ଘାଣ୍ଟି ହେବାକୁ ପଡ଼ୁଥିବା ଓ ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ ସେପଟେ ବିକ୍ରି କଲେ ଚାଷୀ ଖୁବ ସହଜରେ ଟଙ୍କା ପାଇପାରୁଛନ୍ତି। ଏପରି ଅନେକ ସମସ୍ୟା ରହିଛି ଯେଉଁଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ଦରକାର। ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ତେଣୁ ତୁରନ୍ତ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ସହ କଥାବାର୍ତ୍ତା ହୋଇ ଉଭୟ ଜିଲା ପ୍ରଶାସନ ସହାୟତାରେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ସେ ଆହ୍ୱାନ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories