www.samajalive.in
Monday, December 15, 2025
17.1 C
Bhubaneswar

୨୦୨୪ ପୂର୍ବରୁ ଆଲୋକିତ ହେବ କୋଟିଆ: ଡିସେମ୍ବର ସୁଦ୍ଧା ସବୁ ଗାଁରେ ଜଳିବ ବିଜୁଳି, ମିଳିବ ବିଶୁଦ୍ଧ ପାଣି

କୋରାପୁଟ: ଆଉ ଅନ୍ଧାରରେ ରହିବନି କୋଟିଆର ଗୋଟିଏ ବି ଗାଁ। ସବୁ ଗାଁ ଆଲୋକିତ ହେବ। ବିଜୁଳି ସହ ସବୁ ଗାଁରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ହେବ ବୋଲି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।  କୋଟିଆର ବିକାଶ ନେଇ ସରକାର କୋଟିକୋଟି ଟଙ୍କାର ଅନୁଦାନ ଅଜାଡ଼ି ଦେଉଥିବାବେଳେ ବାସ୍ତବ ବିକାଶର ସ୍ଥିତି ସମୀକ୍ଷା କରିଛନ୍ତି ଜିଲାପାଳ। ଆଜି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରି କୋଟିଆର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ବ ଦେଇଛନ୍ତି।

ଆସନ୍ତା ଡିସେମ୍ବର ମାସ ୨୩ତାରିଖ ସୁଦ୍ଧା କୋଟିଆର ପ୍ରତ୍ୟେକ ଗ୍ରାମରେ ବିଜୁଳି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ବିଦ୍ୟୁତ ବିଭାଗକୁ ନିର୍ଦେଶ ଦେଇଛନ୍ତି। କୋଟିଆରେ ସବ୍‌ଷ୍ଟେସନ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଏହାବ୍ୟତୀତ କୋଟିଆରେ ୨୪ଘଣ୍ଟିଆ ବିଦ୍ୟୁତ୍‌ ସେବା ପାଇଁ ପଟାଙ୍ଗିରୁ କୋଟିଆ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ସମର୍ପିତ ଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବା ଜିଲାପାଳ କହିଛନ୍ତି।

- Advertisement -

ବର୍ତ୍ତମାନ କୁନ୍ଦୁଲିରୁ ଆସୁଥିବା ଲାଇନ ବହୁତ୍‌ ଲମ୍ବା ଥିବା ଯୋଗୁଁ ବାରମ୍ବାର ଅସୁବିଧା ହେଉଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ କହିଛନ୍ତି। ୨୦୨୫ସୁଦ୍ଧା ଏ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯିବ। ଏହାବ୍ୟତୀତ କୋଟିଆରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଛନ୍ତି ଜିଲାପାଳ। ବର୍ତ୍ତମାନ ୫ଟି ଗଁାରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଥିବାବେଳେ ବଳକା ଗଁାରେ ଏସବୁ ବ୍ୟବସ୍ଥା ଚାଲିଛି, ବିଜୁଳି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଏସବୁ କାର୍ଯ୍ୟକାରୀ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହାସହ କୋଟିଆର ପ୍ରତ୍ୟେକ ଗଁା ଓ ଅନୁଷ୍ଠାନରେ ଏଣିକି ଓଡ଼ିଆରେ ନାମଫଳକ ଲଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସରକାରୀ ଯୋଜନାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରହିଛି ସେସବୁ କାର୍ଯ୍ୟର ଅଗ୍ରଗତି ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଜିଲାପାଳ ଅବ୍ଦାଲ ଏମ.ଅଖତରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳଯୋଗାଣ, ମୋବାଇଲ ନେଟୱର୍କ ବ୍ୟବସ୍ଥା, ପ୍ରତି ଗ୍ରାମକୁ ସଡକ ନିର୍ମାଣ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ସହ ଚାଷ, ଉଦ୍ୟାନ ଚାଷ ଦ୍ବାରା ଲୋକଙ୍କ ଜୀବନ ଜୀବିକାରେ କିଭଳି ଉନ୍ନତି ହୋଇଛି ସେସବୁର କାର୍ଯ୍ୟ କରୁଥିବା ବିଭାଗର ସମୀକ୍ଷା କରିଥିଲେ। ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡିକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ତୁରନ୍ତ ସମାପନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

କୋଟିଆରେ ଆଦର୍ଶ ବିଦ୍ୟାଳୟରେ ଖୁବଶୀଘ୍ର ଛାତ୍ରାବାସ କାର୍ଯ୍ୟକାରୀ ହେବ, ଏହା ହେଲେ ଆଉ ଅସୁବିଧା ହେବ ନାହିଁ ବୋଲି ଜିଲାପାଳ କହିଛନ୍ତି। ଦେଓମାଳିକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ କୋଟିଆରେ ପହଞ୍ଚିବା ପାଇଁ ଏକ ବିକଳ୍ପ କମ୍‌ ଦୂରତା ରାସ୍ତା ନିର୍ମାଣ କରାଯିବ,ଯାହାଦ୍ବାରା ପର୍ଯ୍ୟଟକ କୋଟିଆ ବୁଲିପାରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଏହାବ୍ୟତୀତ ଡୋଳିଆମ୍ବ ତାଡ଼ିଙ୍ଗିପଦର ମୁଖ୍ୟ ଘାଟି ରାସ୍ତା ନିର୍ମାଣ ଦ୍ବାରା ଫାଟୁସିନେରି, ଫଗୁଣସିନେରି, ମାଡକାର, ହରମାଣ୍ଡାଙ୍ଗି ଆଦି ଗଁା ଲୋକଙ୍କ ପାଇଁ ଏକ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଥିବା ଜିଲାପାଳ କହିଛନ୍ତି ା ଏହାଦ୍ବାରା ସେମାନେ ମାତ୍ର ୯କିମି ଦେଇ ନାରାୟଣପାଟଣାରେ ପହଞ୍ଚିପାରିବେ ବୋଲି କହିଥିଲେ। ପ୍ରତ୍ୟେକ ଗ୍ରାମ ଓ ଅନୁଷ୍ଠାନରେ ଓଡିଆ ଭାଷାର ଫଳକ ଲଗାଇବାକୁ ନିର୍ଦେଶ ଦେଇଛନ୍ତି। ବୈଠକରେ କୋରାପୁଟ ଜିଲା ଅାରକ୍ଷୀ ଅଧୀକ୍ଷକ ଅଭିନବ ସୋନକାରଙ୍କ ସମେତ ଜିଲାର ସମସ୍ତ ବିଭାଗର ଅଧିକାରୀ ଓ ପଟାଙ୍ଗି ବ୍ଲକର ବିଡିଓ ଓ ଅଧିକାରୀ, କୋଟିଆ ପଞ୍ଚାୟତର ପଞ୍ଚାୟତ ଅଧିକାରୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories