www.samajalive.in
Friday, December 12, 2025
16.1 C
Bhubaneswar

ଦୁଇଦିନିଆ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ

କୋଣାର୍କ : ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁରୀ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ-୨୦୧୮ ଉଦଘାଟିତ ହୋଇଯାଇଛି। ଏହି ଦୁଇ ଦିନିଆ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେଗୋପ ସଵ ରେଜିଷ୍ଟର ତଥା ବରିଷ୍ଠ ଶିକ୍ଷାବିତ ପ୍ରଭାତ ରଞ୍ଜନ ତରାଇ ଯୋଗଦେଇ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣର ପରିପ୍ରକାଶ ଓ ସୃଜନଶୀଳତାର ବିକାଶ ପ୍ରକ୍ରିୟା କିଭଳି ଭାବରେ ହୋଇଥାଏ, ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ପୌରାଣିକ ତଥ୍ୟ ପ୍ରଦାନ ମାଧ୍ୟମରେ ଵିଶଦ ଭାବରେ ଵୁଝାଇଥିଲେ। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବରେ କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ପୁରୀ ଜିଲା ସହକାରୀ ମଙ୍ଗଳ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଚମ୍ପାହର ଅଗ୍ନିଶମ,ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଓ ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ସରଗିଫୁଲ ଶିଶୁ ମହୋତ୍ସବ ମାଧ୍ୟମରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସ୍ବତନ୍ତ୍ର ପ୍ରତିଭାର ପରିସ୍ଫୁଟ କରିବାରେ ଵିଶେଷ ସହାୟକ ହୋଇଥାଏ ଵୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ଵିଦ୍ୟାଳୟ ର ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚେତନା ଧର୍ମୀ ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories