ନୂଆଦିଲ୍ଲୀ : ୨୦୦୨ରେ ଗୁଜରାଟରେ ସଂଗଠିତ ସାମ୍ପ୍ରଦାୟିକ ଦଙ୍ଗାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ନଭେମ୍ବର ୨୬କୁ ଘୁଞ୍ଚାଇ ଦିଆଯାଇଛି। ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନ ଚିଟ୍କୁ ବିରୋଧ କରି ପୂର୍ବତନ ସାସଂଦ ଏହସାନ୍ ଜାଫ୍ରିଙ୍କ ପତ୍ନୀ ଜାକିଆ ଜାଫ୍ରିି ଆବେଦନ କରିଥିଲେ।
ସୁପ୍ରିମକୋର୍ଟରେ ନଭେମ୍ବର ୧୩ ତାରିଖରେ ଏହି ମାମଲାକୁ ଗ୍ରହଣ କରି ବିଚାରପତି ଏ. ଏମ୍ ଖାନୱିଲକର ଏବଂ ଦୀପକ ଗୁପ୍ତାଙ୍କୁ ଏନଆଇଟି ରିପୋର୍ଟ ଅଧ୍ୟୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିିଲା।
ସୂଚନାଯୋଗ୍ୟ ଯେ ୨୦୦୮ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏସ୍ଆଇଟି ଦଳ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ କିଛିଜଣକୁ କ୍ଲିନଚିଟ୍ ଦେଇଥିଲେ। ସେହି ସମୟରେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ୨୦୦୨ ଫେବୃଆରୀ ୨୭ ତାରିଖରେ ଗୁଜରାଟର ଗୋଧ୍ରା ରେଳ ଷ୍ଟେସନ ନିକଟରେ ସାବରମତି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗି ୫୯ ଜଣକ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ସମଗ୍ର ରାଜ୍ୟରେ ହିଂସା ଦେଖାଦେଇଥିଲା।
ଗୋଧ୍ରା ହିଂସା ମାମଲାର ଶୁଣାଣି ୨୬କୁ ଘୁଞ୍ଚିଲା
Popular Categories



