www.samajalive.in
Saturday, December 13, 2025
26.1 C
Bhubaneswar

ପାକିସ୍ତାନକୁ ସାମରିକ ସହାୟତା ବନ୍ଦ ନିଷ୍ପତ୍ତିକୁ ଟ୍ରମ୍ପ୍‍ଙ୍କ ସମର୍ଥନ

ୱାଶିଂଟନ : ପାକିସ୍ତାନକୁ ଶହ ଶହ ନିୟୁତ ଡଲାର ସାମରିକ ସହାୟତା ବନ୍ଦ କରିବାପାଇଁ ଆମେରିକା ନିଷ୍ପତ୍ତି ନେଇଛି। ତେବେ ତାଙ୍କ ପ୍ରଶାସନର ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ ସମର୍ଥନ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଅଲ୍‍-କଏଦା ନେତା ଓସାମା ବିନ୍‍ ଲାଡେନ୍‍କୁ ନିଜର ଏକ ସହରରେ ଆତ୍ମଗୋପନ କରି ରହିବାରେ ସାହାଯ୍ୟ କରିଥିଲା। ‘ଫକ୍ସ ନ୍ୟୁଜ’କୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍‍ କହିଛନ୍ତି, ଆମେରିକା ଦ୍ୱାରା ଏକ ଦୁଃସାହସିକ ଅଭିଯାନ ଯୋଗୁଁ ଲାଡେନର ମୃତ୍ୟୁ ଘଟିଥିଲା।
ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ବିରୁଦ୍ଧରେ ଇସଲାମାବାଦ ଯଥେଷ୍ଟ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ଆମେରିକାକୁ ୧୩୦ କୋଟି ଡଲାର୍‍ ସାମରିକ ସହାୟତା ବନ୍ଦ କରିବାକୁ ପଡ଼ୁଛି। ଗତବର୍ଷ ଅଗଷ୍ଟ ମାସରେ ଟ୍ରମ୍ପ୍‍ ପ୍ରଶାସନ ତାଙ୍କର ଆଫଗାନିସ୍ତାନ ଓ ଦକ୍ଷିଣ ଏସିଆ ନୀତି ଘୋଷଣା କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡ଼ିଛି ଏବଂ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ନିରାପଦ ଆଶ୍ରୟ ଯୋଗାଉଥିବା ଆମେରିକା ଦୋଷାରୋପ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories