www.samajalive.in
Saturday, December 6, 2025
17.1 C
Bhubaneswar

ଆଜିଠାରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

କୋଣାର୍କ : କୋଣାର୍କ ନୃତ୍ୟସଙ୍ଗୀତ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ପର୍ଯ୍ୟଟନ ସଚିବ ସମର୍ଥ ବର୍ମା, ଯୁଗ୍ମ ନିର୍ଦେଶକ ସରୋଜ କୁମାର ସ୍ୱାଇଁ, ଓଟିଡିସି ସାଧାରଣ ପରିଚାଳକ ଲଲାଟେନ୍ଦୁ ସାହୁ, ପ୍ରକଳ୍ପ ନିର୍ଦେଶକ ଓ ସ୍ଥାନୀୟ ତହସିଲଦାର ଅନିଲ୍ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟ ତଦାରଖ କରିଛନ୍ତି। ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ନୃତ୍ୟାଙ୍ଗନା ଓ ଅତିଥିଙ୍କ ଅପେକ୍ଷାରେ ରହିଛି ମୁକ୍ତାକାଶ ରଙ୍ଗମଞ୍ଚ। ସେହିପରି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବାକୁ ଥିବା ବାଲୁକାକଳା ଉତ୍ସବରେ ଦେଶବିଦେଶର ବାଲୁକାଶିଳ୍ପୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକାଶଯ୍ୟା ପ୍ରସ୍ତୁତ ହୋଇରହିଛି। ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷାବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବାବେଳେ ବ୍ୟାପକ ପରିମାଣର ଫୋର୍ସ ସହ ସାଦା ପୋଷାକଧାରୀ ପୁଲିସ୍, ବୋମା ନିଷ୍କ୍ରିୟକାରୀ ଦଳ ଓ ଲାଇଫଗାର୍ଡ ନିୟୋଜିତ କରାଯାଇଛି। ସୂର୍ଯ୍ୟମନ୍ଦିର ଉପରେ ଅନୁଷ୍ଠିତ ହେଉଥିବା ଶଦ୍ଦ ଓ ଆଲୋକ ଶୋ’ ୫ ଦିନ ଲାଗି ବନ୍ଦ ରହିବ। କୋଣାର୍କ ଉତ୍ସବରେ ସୂର୍ଯ୍ୟମନ୍ଦିର ଉପରକୁ ମୁକ୍ତାକାଶ ରଙ୍ଗମଞ୍ଚ ଆଲୋକ ପଡ଼ିବା ଯୋଗୁଁ ଏହି ଶୋ’ ବନ୍ଦ ରହିବ ବୋଲି ଏଏସ୍ଆଇ ପକ୍ଷରୁ ସୂଚନା ମିଳିଛି। ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories