କରୋନା କଟକଣା ଅନୁଯାୟୀ ଚନ୍ଦ୍ରଭାଗାରେ ସମ୍ପନ୍ନ ହେଲା ମାଘମେଳା

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଭିଡ କଟକଣା ଅନୁଯାୟୀ ଚନ୍ଦ୍ରଭାଗାରେ ସମ୍ପନ୍ନ ହେଲା ମାଘମେଳା । ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କ ନୀତିକାନ୍ତି କରାଯାଇଛି । କରୋନା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେ ନିଆଯାଇଛି । ଗତକାଲି ଅବରାହ୍ଣ ୪ଟାରୁ ଆଜି ଦିନ ୧୧ଟା ଯାଏ ଚନ୍ଦ୍ରଭାଗାରେ ୧୪୪ ଧାରା ଲଗାଯାଇଛି । କଟକଣା ଲଗାଯାଇଥିବାରୁ ଚଳିବତ ବର୍ଷ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଥିଲା ।

କେବଳ କଟକଣା ମାନି ସେବାୟତ ମାନେ ବୁଡ଼ ପକାଇଛନ୍ତି । ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ଵର, ଐଶାନେଶ୍ବର, ଦକ୍ଷିଣେଶ୍ବର ମହାଦେବ ପାରମ୍ପରିକ ଶୋଭାଯାତ୍ରା ପରେ ଭୋର ୪ଟା ୨୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ ଅନୁଷ୍ଠିତ ହୋଇଛି ।

 

Comments are closed.