କୋଣାର୍କ: ପିସିଆର୍ ଭ୍ୟାନ୍କୁ ପିଟିଲା କାର୍, ୬ ଆହତ। ପୁରୀ-କୋଣାର୍କ ବେଳାମାର୍ଗ କୁଶଭଦ୍ରା ବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳେ ପିସିଆର୍ ଭ୍ୟାନ୍ ଟି ଛିଡା ହୋଇଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପିସିଆର୍ ଭ୍ୟାନ୍ ରେ ଥିବା ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



