ସମାଜ ଡିଜିଟାଲ ଡେସ୍କ : କଲକାତାର ଆର ଜି କର ମେଡିକାଲ କଲେଜ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଜୁନିୟର ଡାକ୍ତରମାନେ ସିବିଆଇ କାର୍ଯ୍ୟାଳୟ ସିଜିଓ କମ୍ପ୍ଲେକ୍ସ ଠାରୁ ସ୍ବାସ୍ଥ୍ୟ ଭବନ ସଲ୍ଟଲେକ୍ ପର୍ଯ୍ୟନ୍ତ ବୁଧବାର ବିକ୍ଷୋଭ ପଦଯାତ୍ରା କରିଛନ୍ତି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ବିକ୍ଷୋଭକାରୀମାନେ ଘୋଷଣା କରିଛନ୍ତି। ଆନ୍ଦୋଳନକାରୀମାନେ ପ୍ଲା କାର୍ଡ ଧରି ପ୍ରତିବାଦ କରିବା ସହ ସ୍ବାସ୍ଥ୍ୟ ଭବନକୁ ପ୍ରତିନିଧି ଦଳ ଯାଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଇତି ମଧ୍ୟରେ ସିବିଆଇ ତଦନ୍ତ ତ୍ୱରାନ୍ୱିତ କରିଛି। ଗୁରୁବାର ଅଦାଲତରେ ସିବିଆଇ ରିପୋର୍ଟ ଦାଖଲ କରିବ। ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରିପ୍ରେକ୍ଷୀରେ ଆର୍ ଜି କର ମେଡିକାଲ କଲେଜକୁ କେନ୍ଦ୍ରୀୟ ବାହିନୀ ସିଆଇଏସଏଫ ଯବାନଙ୍କ ବଳୟରେ ରଖାଯାଇଛି।
Popular Categories



