www.samajalive.in
Monday, December 15, 2025
27.1 C
Bhubaneswar

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେଲା କଲକାତା ବନ୍ଦର, ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଲେନି ମମତା

କଲକାତା: କଲକାତା ବନ୍ଦର ଡା. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହୋଇଛି। ରବିବାର କଲକାତା ବନ୍ଦରର ୧୫୦ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କଲକାତା ବନ୍ଦର ପ୍ରତିଷ୍ଠା ହେବା ପଛରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ବାବା ସାହେବ ବି.ଆର. ଆମ୍ବେଦକରଙ୍କ ବଡ଼ ଅବଦାନ ରହିଛି। ଡା. ମୁଖାର୍ଜୀ ଏବଂ ବାବା ସାହେବ ଉଭୟେ ସ୍ବାଧୀନତା ପରେ ଭାରତ ପାଇଁ ନୂଆ ନୀତି ଏବଂ ନୂଆ ଭିଜନ ଦେଇଥିଲେ। ମୁଖାର୍ଜୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରଥମ ଔଦ୍ୟୋଗିକ ନୀତି ଯୋଗୁ ଦେଶରେ ଜଳସମ୍ପଦର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ଵ ଦିଆଯାଉଛି। ବାବା ସାହେବ ଦେଶର ପ୍ରଥମ ଜଳ ସମ୍ପଦ ନୀତି ଏବଂ ଶ୍ରମିକମାନଙ୍କ ପାଇଁ ରହିଥିବା ଆଇନରେ ନେଇ ନିଜର ଅନୁଭବର ଉପଯୋଗ କରିଥିଲେ। ଦେଶରେ ଯଦି ନଦୀବନ୍ଧ ନିର୍ମାଣ, ବନ୍ଦର ନିର୍ମାଣ ଦ୍ରୁତଗତିରେ ହୋଇପାରୁଛି, ତେବେ ଏହାର ସମସ୍ତ ଶ୍ରେୟ ଏହି ଦୁଇ ମହାନ ସୁପୁତ୍ରଙ୍କୁ ଯାଉଛି ବୋଲି ମୋଦୀ କହିଥିଲେ।

ଅନ୍ୟପଟେ ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାର ଥିଲା। କିନ୍ତୁ ସେ ଏଥିରେ ଯୋଗଦେଇ ନ ଥିଲେ। ପ୍ରଧାନମନ୍ତ୍ରୀ ମମତାଙ୍କ ନାମ ନ ନେଇ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ବିଶେଷ କରି ଗରିବ, ଦଳିତ, ଅବହେଳିତ ଏବଂ ପଛୁଆ ବର୍ଗଙ୍କ ବିକାଶ ପାଇଁ ସମର୍ପିତ ଭାବ​‌ରେ କାର୍ଯ୍ୟ କରାଯାଉଛି। କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଯୋଜନାଗୁଡ଼ିକୁ ଲାଗୁ କରୁନାହାନ୍ତି। ପଶ୍ଚିମବଙ୍ଗ ସରକାର ଆୟୁଷ୍ମାନ ଭାରତ ଯୋଜନା, ପିଏମ କିସାନ ସମ୍ମାନ ନିଧି ଯୋଜନା ପାଇଁ ସ୍ବୀକୃତି ଦେଲେ ଏଠାକାର ଲୋକମାନେ ଏସବୁର ଲାଭ ଉଠାଇ ପାରିବେ ବୋଲି ମୋଦୀ କହିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories