କଲକାତା: ଦୀର୍ଘ ପ୍ରାୟ ୯ବର୍ଷ ପରେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି। ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷକ ନିଯୁକ୍ତି ଲାଗି ରବିବାର ଏସ୍ଏଲଏସ୍ଟି କରାଯାଇଛି। ସେପ୍ଟେମ୍ବର ୧୪ରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଶିକ୍ଷକ ନିଯୁକ୍ତି ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ। ୯ବର୍ଷ ଅନ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଉଥିବାବେଳେ ଏଥିରେ ଅନିୟମିତତା ହୋଇଥିବା ନେଇ ବିରୋଧୀ ବିଜେପି ଅଭିଯୋଗ କରିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଶାସକ ତୃଣମୂଳ କଂଗ୍ରେସ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ରକୁ ବିକ୍ରି କରୁଛି। ସରକାର ସ୍ବଚ୍ଛ ଉପାୟରେ ପରୀକ୍ଷା କରାଉ ନାହାନ୍ତି। ୯ମ ଓ ୧୦ମ ଶ୍ରେଣୀରେ ଶିକ୍ଷକତା ପାଇଁ ୨୩,୨୧୨ଜଣ ଶିକ୍ଷକ ନିଯୁକ୍ତି ଦିଆଯିବ। ସେହିପରି ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ୧୨,୫୧୪ ଜଣ ଶିକ୍ଷକ ନିଯୁକ୍ତି ଦିଆଯିବାକୁ ସରକାର ଏହି ପରୀକ୍ଷା ପରିଚାଳନା କରୁଛନ୍ତି। ଏଥପାଇଁ ୫ଲକ୍ଷ ୬୦ହଜାର ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି।
୭ ହଜାର ଟଙ୍କାରୁ କମ୍ ଦାମ୍ରେ ଲଞ୍ଚ ହେଲା iPhone 16 Pro ଭଳି ଦେଖାଯାଉଥିବା ଏହି ଫୋନ୍ ; ଫିଚର ବି ଜବରଦସ୍ତ



